ରାଜଧାନୀ ଭୁବନେଶ୍ୱରରେ ହାତୀ ଉତ୍ପାତ

ଭୁବନେଶ୍ୱର,୨/୧୧ : ରାଜଧାନୀ ଭୁବନେଶ୍ୱରରେ   ଏକ ଦନ୍ତା ହାତୀକୁ ଦେଖିବାକୁ ମିଳିଛି । ତେବେ ଏହି ହାତୀ ଦିନରେ ପିପିଲିରେ ଉତ୍ପାତ କରୁଥିବା ବେଳେ ରାତିରେ ରାତିରେ   ଭୁବନେଶ୍ୱରରେ ବୁଲୁଥିବାର ଜଣାପଡିଛି ।ସୂଚନା ଅନୁଯାୟୀ ଏହି ଦନ୍ତା ହାତୀଟି ପ୍ରଥମେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ଏହାପରେ ସୁନ୍ଦରପଦା,ପୋଖରୀପୁଟ ଦେଇ ଆଇଗିଣିଆ ଆଡକୁ ଚାଲିଯାଇଥିଲା । ତେବେ ହାତୀଟି ସହର ମଧ୍ୟରେ ପଶିଥିବାରୁ ତାକୁ ଘଉଡାଇବା ପାଇଁ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି । ଏଥିସହିତ ଏହି ଦନ୍ତା ପାଇଁ ପ୍ରାୟ ୬୦ ବନ କର୍ମଚାରୀ ନିୟୋଜିତ ଥିବା ଜଣାପଡିଛି । ତେବେ ହାତୀଟି କାହାର କିଛି କ୍ଷତି କରି ନଥିବାବେଳେ ଏହାକୁ ଦେଖି ରାଜଧାନୀବାସୀ ଆତଙ୍କିତ ଅବସ୍ଥାରେ ଦେଖିବାକୁ ମିଳିଛି ।  ପାତ୍ରପଡା ଶନି ମନ୍ଦିର ଅଞ୍ଚଳରେ ହାତୀ ବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଛି ।ହାତୀକୁ କାବୁ କରିବା ପାଇଁ ଚନ୍ଦକା ଓ ଖୋର୍ଦ୍ଧା DFOଙ୍କ ସହ ବନ କର୍ମଚାରୀ ଓ ପୋଲିସ ସାମିଲ ହୋଇଥିଲେ ।ସ୍ବାସ୍ଥ୍ୟ  ପରୀକ୍ଷା ପରେ ହାତୀକୁ ଜଙ୍ଗଲରେ ଛଡ଼ାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: