ରାଜନଗରରେ ସାଂସଦ ଅନୁଭବଙ୍କ କୁଶ ପୁତଳିକା ଦାହ କଲା ବିଜେପି

ରାଜନଗର,୮/୯; ରାଜନଗର ବ୍ଲକ ବିଜେପି ପକ୍ଷରୁ ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତଳିକା ଦାହ କରାଯାଇଛି । ସାନବଡଗୋପାଳପୁରସ୍ଥିତ ପୁରୁଣା ଘାଟରୋଡ ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ତ୍ରିନାଥ ବଜାର ପର୍ଯ୍ୟନ୍ତ ଆସିଥିଲା । ସେଠାରେ ସାଂସଦ ଅନୁଭବଙ୍କ ଇସ୍ତଫା ଦାବି କରିବା ସହ ମା କୁ ସମ୍ମାନ ଗାଁ କୁ କାମ ନାରାଦେଉଥିବା ବିଜେଡି ତୁରନ୍ତ ଅନୁଭବଙ୍କୁ ଦଳରୁ ନିଲମ୍ବନ କରିବା ପାଇଁ ନାରାବାଜି କରିଥିଲେ । ଏହାପରେ ଅନୁଭବଙ୍କ କୁଶପୁତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ ରାଉତ, ଧିରେନ ବିଶ୍ୱାଳ, ପର୍ଯ୍ୟବେକ୍ଷକ ସୁନାକର ପ୍ରଧାନ, ରାଜୀବଲୋଚନ ନାୟକ, କୈଳାସ ପରିଡା, ଜଗନ୍ନାଥ ରାଉତ, ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ପାତ୍ର, ବ୍ରହ୍ମାନନ୍ଦ ଦାସ, ସୁଦାମ ସାହୁ, ରବିନ୍ଦ୍ର ଦଳାଇ, ଅଭିଷେକ ଦାସ, ଚଣ୍ଡିଆ ରଣା ପ୍ରମୁଖ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!