ରାଜନୈତିକ ଆକ୍ରୋଶ ରଖି ସରପଞ୍ଚଙ୍କ ଘର ପୋଡ଼ି

ଆଳି, ୨୪/୦୧:   କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ଗ୍ରାମ ପଂଚାୟତର ସରପଞ୍ଚ ଦିବାକର ନାୟକଙ୍କ ୨ ବଖରା ଚାଳ ଛପର ଘରକୁ ଦୁର୍ବୃତ୍ତ ମାନେ ଗତ କାଲି ରାତିରେ ନିଆଁ ଲଗେଇ ପୋଡ଼ି ଦେଇଛନ୍ତି । ଫଳରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ନିଆଁରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ରାଜନୈତିକ ଆକ୍ରୋଶ ରଖି ସରପଞ୍ଚଙ୍କ ଘର ପୋଡ଼ିଦେଲେ ଦୁର୍ବୃତ୍ତ।ନୂଆ ଘର କାମ ହେଉଥିବାରୁ ନାଗପଡା ଠାକୁରାଣୀଙ୍କ ନିକଟରେ ଥିବା ଘରେ ସରପଞ୍ଚ ତାଙ୍କ ପରିବାର ଲୋକେ ରହିଆସୁଥିଲେ । ହେଲେ ଗତ କାଲି ରାତିରେ ଏକ ବିବାହ କାର୍ଯ୍ୟରେ ସରପଞ୍ଚ ଓ ତାଙ୍କ ପରିବାର ଲୋକେ ଯୋଗଦେବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଘର ପୋଡ଼ି ଦେଇଥିବାର ଅଭିଯୋଗ ହୋଇଛି। ଆଗକୁ ପଂଚୟତ ନିର୍ବାଚନ ଥିବାରୁ ଆକ୍ରୋଶ ମୂଳକ ଭାବେ ଜୀବନରୁ ମାରି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଏନେଇ ଆଳି ଥାନାରେ ଏତଲା ହୋଇଛି। ପୋଲିସ ଘଟଣାସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଛି। ଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ଗ୍ରାମ ପଂଚାୟତର ସରପଞ୍ଚ ଦିବାକର ନାୟକଙ୍କ ୨ ବଖରା ଚାଳ ଛପର ଘରକୁ ଦୁର୍ବୃତ୍ତ ମାନେ ଗତ କାଲି ରାତିରେ ନିଆଁ ଲଗେଇ ପୋଡ଼ି ଦେଇଛନ୍ତି । ଫଳରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ନିଆଁରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: