ରାଜସ୍ଥାନରେ ଦେଢ଼ ଲକ୍ଷ @ ଓଡ଼ିଆ ବୋହୂ

ଝାରସୁଗୁଡ଼ା,୧୬।୦୪ : ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ତାସହ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଝାରସୁଗୁଡ଼ା ଏସ୍ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ କିରଣ ସେଠୀ, ହୃଷିକେଶ ସେଠୀ ଏବଂ ଦନିଶ ବେହେରା । ଏମାନେ ସଂପୃକ୍ତ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ, ଝାରସୁଗୁଡ଼ାର କ୍ରିଷ୍ଣ କୁମାରଙ୍କୁ ସମ୍ବଲପୁର ସାକ୍ଷୀପଡ଼ାର ସଂପୃକ୍ତ ମହିଳା ଜଣକ ବିବାହ କରିଥିଲେ । ଝାରସୁଗୁଡ଼ା ମଙ୍ଗଳବଜାର ଠାରେ ଉଭୟଙ୍କର ବିବାହ ହୋଇଥିଲା । ବିବାହ ପରେ ଉଭୟେ ପୁରୁଣାବସ୍ତିର ଏକ ଭଡ଼ାଘରେ ରହୁଥିଲେ । କିଛିଦିନର ରହଣୀ ଭିତରେ ଉଭୟଙ୍କ ମଧ୍ୟରେ କଳହ ହେବାରୁ ଯୁବତୀ ଜଣକ ଝାରସୁଗୁଡ଼ା ଭୁଲିଆଟିକ୍ରାର କିରଣ ସେଠୀ ପାଖକୁ ଯାଇ ରହୁଥିଲେ । ତାପରଠୁ ଆଉ ସଂପୃକ୍ତ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: