ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ ପାଇଁ ଉପଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୩ା୩ : ଜିଲ୍ଲାରେ ରାଜସ୍ୱ ଆଦାୟକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟ ସରକାର ପ୍ରଦାନ କରିଥିବା ରାଜସ୍ୱ ଲକ୍ଷ୍ୟକୁ ପୁରଣ କରିବା ପାଇଁ ଏକ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ଯୋଗଦେଇ ଚଳିତ ୨୦୨୦-୨୧ ବର୍ଷର ରାଜସ୍ୱ ଆଦାୟର ଲକ୍ଷ୍ୟ ପୁରଣ ପାଇଁ ଆଲୋଚନା କରିଥିଲେ । ଜିଲ୍ଲାର ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: