ନୂଆଦିଲ୍ଲୀ,୬।୮: ଭାରତରେ ଦିଆଯାଉଥିବା ରାଜୀବ ଗାନ୍ଧୀ ‘ଖେଳରତ୍ନ’ ଆୱାର୍ଡର ନାଁ ହକିିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ନାମରେ ନାମିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ୍ ଜରିଆରେ ଏହାର ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି ଯେ, ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଖେଳରତ୍ନର ନାଁ ପରିବର୍ତ୍ତନ ହୋଇଛି ବୋଲି ମୋଦୀ କହିଛନ୍ତି । ନୂଆ ଘୋଷଣା ପରେ ଏବେ ପୁରସ୍କାରର ନାଁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ କୁହାଯିବ । ଗୋଟିଏ ଦିନ ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପତକ ହାତେଇଛି ଭାରତ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ‘ଦେଶକୁ ଗର୍ବିତ କରିଥିବା ମୁହୂର୍ତ୍ତ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳରତ୍ନ ପୁରସ୍କାରର ନାମ ମେଜର ଧ୍ୟାନଚାନ୍ଦ ଜୀଙ୍କୁ ସମର୍ପିତ କରାଯିବା ଉଚିତ । ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାଁରେ ନାମିତ କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |