ରାଜ୍ୟଗୋଷ୍ଠୀ କ୍ରୀଡା : ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଅଚିନ୍ତା ଶିଉଳୀ

ନୂଆଦିଲ୍ଲୀ, ୦୧|୦୮ :  ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତୃତୀୟ ସୁନା ପଦକ ହାସଲ କରିଛି । ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏବେସୁଦ୍ଧା ୬ଟି ପଦକ ହାସଲ କରିଛି । ୨୦ ବର୍ଷୀୟ ଅଚିନ୍ତା ସେଉଲି ପୁରୁଷ ଭାରତ୍ତୋଳନ ୭୩ କିଲୋ ବର୍ଗରେ ସୁନା ଜିତିଛନ୍ତି । ସେ ସ୍ନାଚରେ ୧୪୩ କେଜିର ଓଜନ ଉଠାଇଥିଲେ । ସେହିପରି କ୍ୱିନ୍ ଆଣ୍ଡ ଜର୍କରେ ସେ ୧୭୦ କେଜିର ଭାର ଉଠାଇବାରେ ସଫଳ ହୋଇଥିଲେ । ମୋଟ୍ ଭାବେ ସେ ୩୧୩ କିଲୋର ଓଜନ ଉଠାଇ ସ୍ୱର୍ଣ୍ଣ ହାସଲ କରିଥିଲେ । ତେବେ ସ୍ୱର୍ଣ୍ଣ ହାସଲ ପରେ ଅଚିନ୍ତା କହିଥିଲେ ଯେ, ସେ ବହୁତ ଖୁସି ଅଛନ୍ତି । ଅନେକ ସଙ୍ଘର୍ଷ ପାର୍ କରିବା ପରେ ସେ ଏହି ପଦକ ହାତେଇଛନ୍ତି । ଏହାକୁ ସେ ନିଜ ଭାଇ ଓ କୋଚଙ୍କୁ ସମର୍ପିତ କରିଛନ୍ତି । ଏହାପରେ ସେ ଅଲମ୍ପିକ ପାଇଁ ପ୍ରସ୍ତୁତି କରିବେ ବୋଲି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: