ରାଜ୍ୟଗୋଷ୍ଠୀ କ୍ରୀଡା : ଭାରୋତ୍ତୋଳନରେ ରୌପ୍ୟ ଆଣିଲେ ବିନ୍ଦ୍ୟାରାଣୀ

ନୂଆଦିଲ୍ଲୀ, ୩୧|୦୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଚତୁର୍ଥ ପଦକ ହାସଲ କରିଛି ।  ବିନ୍ଦ୍ୟାରାଣୀ ଦେବୀ ମହିଳା ଭାରତ୍ତୋଳନ ୫୫ କିଲୋ ବର୍ଗରେ ଭାରତ ପାଇଁ ରୁପା ପଦକ ଜିତିଛନ୍ତି । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି ଭାରତ ତାର ୪ର୍ଥ ପଦକ ହାସଲ କରିଛି । ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କି.ଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ବିନ୍ଦ୍ୟାରାଣୀ ମୋଟ୍‍ ୨୦୨ କିଲୋ ଉଠାଇ ଏହି ରୌପ୍ୟ ଜିତିଥିବା ଜଣାପଡ଼ିଛି । ପ୍ରଥମେ ପର୍ଯ୍ୟାୟରେ ବିନ୍ଦ୍ୟାରାଣୀ ୮୧ କେଜି ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୪ କେଜି ଉଠାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ । ପରେ ପରେ ବିନ୍ଦ୍ୟାରାଣୀ ୨୦୨ କିଲୋ ଉଠାଇ ରୌପ୍ୟ ଜିତିଛନ୍ତି ।  ଭାରତ୍ତୋଳନରେ ରୁପା ଜିତିବା ପରେ ଦେବୀ ବହୁତ ଖୁସି ଥିବା ନଜର ଆସିଥିଲା । ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳୁଛନ୍ତି । ରୁପା ଜିତିବା ପରେ ଖୁସି ଲାଗୁଛି । ଏହା ଜୀବନର ଏକ ସୁନ୍ଦର ଦିନ । କିନ୍ତୁ ତାଙ୍କ ହାତରୁ ସୁନା ଖସି ଯାଇଥିଲା । ଆଗାମୀ ଥର ଆହୁରି ଅଧିକ ପରିଶ୍ରମ କରିବେ ବୋଲି ସେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: