ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ

ବର୍ମିଂହାମ,୦୫/୦୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛି। ହେଭିେଓ୍ୱଟ୍ ପାରା ପାୱାରଲିଫ୍ଟିଂରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚଳିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ବହୁ ମୂଲ୍ୟ ରୌପ୍ୟ ପଦକ ଭେଟି ଦେଇଛନ୍ତି ମୂରଲୀ ଶ୍ରୀଶଙ୍କର । ପୁରୁଷ ବର୍ଗ ଲଙ୍ଗ ଜମ୍ପ ଇଭେଣ୍ଟରେ ଶ୍ରୀଶଙ୍କର ପଦକ ଜିତି ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଙ୍ଗ ଜମ୍ପ ଇଭେଣ୍ଟ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଚଳିତ ପ୍ରତିଯୋଗିତାରେ ଭାରତକୁ ମୋଟ୍‌ ୨୦ ପଦକ ମଳିଛି ।ପୂର୍ବରୁ ପ୍ରଥମ ଭାରତୀୟ ଭାବେ ୧୯୭୮ ଏଡମଣ୍ଟନ କ୍ରୀଡାରେ ସୁରେଶ ବାବୁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀଶଙ୍କର ଏକମାତ୍ର ପ୍ରତିଯୋଗୀ ଭାବେ ୮ମିଟରରୁ ଉଦ୍ଧ୍ୱର୍ ଜମ୍ପ କରିଥିଲେ ।

asda

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: