ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରୋତ୍ତୋଳନରେ ଜେରମି ଲାଲରିନ୍ନୁଙ୍ଗା ଜିତିଲେ ସ୍ଵର୍ଣ ପଦକ

ବର୍ମିଂହାମ,୩୧/୭:ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ଏକ ସଫଳତା ମିଳିଛି। ଭାରୋତ୍ତୋଳନରେ ୬୭ କିଲୋ ବର୍ଗରେ ମିଜୋରାମର ୧୯ ବର୍ଷୀୟ ଜେରମି ଲାଲରିନ୍ନୁଙ୍ଗା ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବର୍ମିଂହାମରେ ଚାଲିଥିବା କମନୱେଲଥ୍ ଗେକ୍ସ ୨୦୨୨ର ତୃତୀୟ ଦିନରେ ଭାରତୀୟ ୱେଟଲିଫ୍ଟର ଲାଲରିନୁଙ୍ଗା ଜେରେମୀ ପୁରୁଷ ୬୭ କେଜି ବର୍ଗରେ ରେକର୍ଡ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ଏଥିସହିତ ଭାରତ ପଞ୍ଚମ ପଦକ ହାସଲ କରିଛି।ପ୍ରଥମ ସ୍ନାଚରେ ଜେରମି ୧୩୬ ଓ ଦ୍ୱିତୀୟରେ ୧୪୦ କିଲୋ ଇଠାଇଛନ୍ତି। ମୋଟ୍‌ ୩୦୦ କିଲୋ ଉଠାଇ ସେ ଏହି ସଫଳତା ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରୋତ୍ତୋଳନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମଳିଛି। ଗତକାଲି ମିରବାଇ ଚାନୁ ଭାରୋତ୍ତୋଳନର ୪୯ କେଜି ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: