ମୁମ୍ବଇ,୧୩/୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶିୟାରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ବୈଠକ ଚାଲିଥିଲା। ଏହି ସମୟରେ କଙ୍ଗନା ରାଜ୍ୟପାଳଙ୍କୁ ତାଙ୍କ କଥା ନିଜ କହିଥିଲେ। ସେ ରାଜ୍ୟପାଳ କୋଶିୟାରୀଙ୍କଠାରୁ ନ୍ୟାୟ ଦାବି କରିଛନ୍ତି।ରାଜ୍ୟପାଳଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କଙ୍ଗନା କହିଛନ୍ତି ଯେ ମୁଁ ଜଣେ ସାଧାରଣ ନାଗରିକ ଭାବରେ ରାଜ୍ୟପାଳଙ୍କୁ ଭେଟିଛି । ମୋ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ମୁଁ ତାଙ୍କ ସହ କଥା ହୋଇଛି। ଜଣେ ଝିଅ ଭଳି ସେ ମୋ କଥା ଶୁଣିଲେ। ମୋ ପ୍ରତି ହୋଇଥିବା ଦୁର୍ବ୍ୟବହାର ବିଷୟରେ ମୁଁ ତାଙ୍କୁ ଅବଗତ କରାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |