ଭୁବନେଶ୍ୱର,୧୯/୩ : ଆଜି ରଙ୍ଗର ପର୍ବ ହୋଲି ।ପବିତ୍ର ଦୋଳ ପୂର୍ଣ୍ଣିମା ପରେ ଆଜି ସାରା ଓଡ଼ିଶାରେ ହୋଲି ପାଳିତ ହେଉଛି। ସହରଠାରୁ ନେଇ ପଲ୍ଲୀ ଯାଏ ରଙ୍ଗର ପର୍ବର ଝଲକ ଦେଖିବାକୁ ମିଳିଛି। ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ଥିବାରୁ ଲୋକେ ତାକୁ ମାନି ପରିବାର ଲୋକଙ୍କ ଗହଣରେ ହୋଲି ପାଳନ କରୁଥିବା ପରିଲକ୍ଷିତ ହେଉଛି। ଆନନ୍ଦ, ଉଲ୍ଲାସର ସହ ଲୋକେ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ହୋଲି ମନାଉଛନ୍ତି । କରୋନା କଟକଣା କୋହଳ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ତେବେ ଏହି ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେ କହିଛନ୍ତି, ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ । ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |