ଭୁବନେଶ୍ୱର,୧।୩ : ରାଜ୍ୟର ଖୁବ୍ଶୀଘ୍ର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା ବୁଧବାର ଗଣମଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ। କମ୍ପ୍ୟୁଟର ବେସ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା ହେବ ଓ ସମସ୍ତଙ୍କୁ ନିଯୁକ୍ତିରେ ଭାଗ ନେବାକୁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ଆସନ୍ତା ଏପ୍ରିଲଠାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ନୂଆ ନିଯୁକ୍ତି ମିଳିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |