ରାଜ୍ୟରେ ପଶ୍ଚିମାଝଡ଼ର ପ୍ରଭାବ ,୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର,୨୭।୩:  ରାଜ୍ୟରେ  ସକ୍ରିୟ ହୋଇଛି ପଶ୍ଚିମାଝଡ଼ ।  ୧୩ ଜିଲ୍ଲାରେ ବଜ୍ରପାତ ସହ ଝଡ଼ ବର୍ଷାର ଆଶଙ୍କା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  କାଳବୈଶାଖୀ ପ୍ରଭାବ ବଢ଼ିବ। ସ୍ଥଳବିଶେଷରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର ୧୩ ଜିଲାକୁ ସତର୍କତା ଜାରି କରାଯାଇଛିଏହି ସମୟରେ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି ଆକଳନ କରାଯାଇଛି ।ବାଲେଶ୍ବର, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ବଲାଙ୍ଗୀର, ଦାରିଙ୍ଗବାଡ଼ି ଏବଂ ବରଗଡ଼ରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି‌ ୪୦ କିମି ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି। ଏଥିସହିତ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ରହିଛି। ବାକି ଜିଲାଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।  ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମାର୍ଚ 29 ଯାଏ ବର୍ଷା ସମ୍ଭାବନା ରହିଛି । ତେବେ 30ରେ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ନେଇ ଅନୁମାନ କରାଯାଉଛି । ଅପରପକ୍ଷେ ଝଡ଼ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ଲୋକଙ୍କୁ ସଚେତନ କରିବା ସହ ଅଘଟଣ ଏଡ଼ାଇବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!