ରାଜ୍ୟରେ ପ୍ରତିଷ୍ଠା ହେବ ୫୫ଟି ନୂଆ ବସ୍‍ଷ୍ଟାଣ୍ଡ

ଭୁବନେଶ୍ବର ,୧୫।୬: ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ରାଜ୍ୟରେ ୫୫ଟି ନୂଆ ବସ୍‍ଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ । ଏ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ମାସ ୨୫ ତାରିଖ ସୁଦ୍ଧା ଠିକା ପ୍ରସ୍ତାବ ପ୍ରକ୍ରିୟା ଶେଷ କରାଯିବ ।  ଓଡ଼ିଶା ରାଜ୍ୟ ପୁଲିସ୍‍ ହାଉସିଂ ଓ କଲ୍ୟାଣ ନିଗମକୁ ଟେଣ୍ଡର ଜରିଆରେ ନୂଆ ବସ୍‍ଷ୍ଟାଣ୍ଡ୍‍ ନିର୍ମାଣ କାମ କାର୍ଯ୍ୟାଦେଶ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: