ରାଜ୍ୟରେ ବଢ଼ିଲା କ୍ଷୀର ଦାମ୍

ଭୁବନେଶ୍ୱର ,୩୦।୩ :  ରାଜ୍ୟରେ ବଢ଼ିଲା କ୍ଷୀର ଦର। ରାଜ୍ୟରେ ପୁଣି ଥରେ କ୍ଷୀର ଦାମ୍ ବଢ଼ିଛି ।   ଓମଫେଡ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି । କମ୍ପାନୀ ପକ୍ଷରୁ ଫୁଲ କ୍ରିମ ଓ ଟୋକନ ଯୁକ୍ତ କ୍ଷୀରର ଦାମରେ ବୃଦ୍ଧି କରାଯାଇଛି । ଫୁଲ କ୍ରିମ କ୍ଷୀର ଲିଟର ପିଛା ୧ ଟଙ୍କା ବୃଦ୍ଧି କରାଯାଇଥିବା ନେଇ ମଦର ଡେୟରୀ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ଟୋକନ ଯୁକ୍ତ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ତେବେ କମ୍ପାନୀ କ୍ଷୀରର ଦାମ୍ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କ ପାଇଁ ବଢ଼ାଇଥିବା ଜଣାପଡ଼ିଛି । ପ୍ୟାକେଟ ପିଛା ୨ଟଙ୍କା ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ମିଳିଛି । ସେହି ଭଳି ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାର ୨୫ ଟଙ୍କା ବୃଦ୍ଧି ପାଇଛି । ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି ।ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରାଯାଇଥିବା କହିଛି ଓମଫେଡ୍। ନୂଆ ଦର ଲାଗୁ ହେବା ଫଳରେ ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୫୦୦ ଏମଏଲ ପ୍ରିମିୟମ କ୍ଷୀର ଓ ଗୋଲ୍ଡ କ୍ଷୀରର ଦାମ ୨୪ ଟଙ୍କାରୁ ୨୬ ଟଙ୍କା ବୃଦ୍ଧି ପାଇଛି । ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏହି ବର୍ଦ୍ଧିତ ଦର ଆସନ୍ତା ୧ ତାରିଖରେ   ହେବାକୁ ଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!