ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି

ଭୁବନେଶ୍ୱର,୨୨ା୩: ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ ମାନଙ୍କର ଘୋର ଅଭାବକୁ ନେଇ ଆଜି ବିଧାନସଭାରେ ଗଭୀର ଉଦବେଗ ପ୍ରକାଶ ପାଇଛି।ସ୍କୁଲ ରୂପାନ୍ତରୀକରଣକୁ ନେଇ ବିଧାନସଭାରେ ଜୋର୍‌ଦାର  ଆଲୋଚନା ହୋଇଛି। ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ଦେଖାଦେଇଛି। ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି। ଏ ନେଇ ଅଭିଯୋଗ ଆଣି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ‘୫-ଟି ସ୍କୁଲଗୁଡିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦେଉଛନ୍ତି।’ ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ବି ସମାନ ଅଭିଯୋଗ ଆଣିଥିଲେ ଯେ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ସେପଟେ ୫-ଟି ମାଧ୍ୟମରେ ରୂପାନ୍ତରୀତ ସ୍କୁଲଗୁଡିକରେ ପେମେଣ୍ଟ ହୋଇ ପାରୁନାହିଁ ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଥିଲେ ସ୍କୁଲରେ ଶିକ୍ଷକଙ୍କ ଅଭାବ ହେବ ନାହିଁ । ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ। ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୭୫ଟି ଉଚ୍ଚ ବିଦ୍ୟାଳୟ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ ଉଚ୍ଚ ବିଦ୍ୟାଳୟ ଏବଂ ତୃତୀୟପର୍ଯ୍ୟାୟରେ ୨ ହଜାର ୩୩୬ ଉଚ୍ଚ ବିଦ୍ୟାଳୟକୁ ପାଇଭ୍‍-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ରୂପାନ୍ତରଣ କରାଯାଇଛି ବୋଲି ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ହେତୁ ଆବଶ୍ୟକ ଅତିରିକ୍ତ ଶ୍ରେଣୀ ଗୃହ, ନିର୍ମାଣ ନିୟମ ଅନୁଯାୟୀ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନିଆଯାଉଛି। ଅଦ୍ୟାବଧି ମୋ ସ୍କୁଲ ଯୋଜନାରେ ୯୬୩ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ୨ ହଜାର ୮୧୦ଟି ଏବଂ ସମଗ୍ର ଶିକ୍ଷା ମାଧ୍ୟମରେ ୨୦୦ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ଗୃହକୁ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!