ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୬୫୩ କୋଭିଡ ପଜିଟିଭ

ଭୁବନେଶ୍ୱର,୧୦/୦୮: ରାଜ୍ୟରେ   ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୨୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୦୦୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ୨୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରୁ ସୁନ୍ଦରଗଡ଼ରୁ ୧୭୩ ଜଣ, ଖୋର୍ଦ୍ଧାରୁ ୯୬ ଜଣ, ସମ୍ବଲପୁରରୁ ୪୬ ଜଣ,ବଲାଙ୍ଗୀରରୁ ୩୯ ଜଣ,ମୟୂରଭଞ୍ଜରୁ ୩୩ ଜଣ, କଳାହାଣ୍ଡିରୁ ୩୦ ଜଣ, ବରଗଡ଼ରୁ ୨୭ ଜଣ, କଟକରୁ ୧୯ ଜଣ, ନୟାଗଡ଼ରୁ ୧୭ ଜଣ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୧୫ ଜଣ ଲେଖାଁଏ, ଯାଜୁପର, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ୧୪ ଜଣ ଲେଖାଁଏ, କୋରାପୁଟରୁ ୧୩ ଜଣ,ବାଲେଶ୍ବରରୁ ୯ ଜଣ, ନୂଆପଡ଼ାରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, ଝାରସୁଗୁଡ଼ାରୁ ୬ ଜଣ, ଜଗତସିଂହପୁରରୁ ୫ ଜଣ, ଭଦ୍ରକ, ବୌଦ୍ଧ, ଦେବଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, ଅନୁଗୁଳ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ, କେନ୍ଦୁଝରରୁ ୨ ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ଜଣେ ଏବଂ ଷ୍ଟେଟ୍ ପୁଲ୍‌ରୁ ୨୧ ଜଣ ଆକ୍ରାନ୍ତ ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: