କୋଲକାତା, ୧୬।୦୯ : ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଅର୍ପିତା ଘୋଷ ଇସ୍ତଫା ପ୍ରଦାନ କରିଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷ ଭୈଙ୍କୟା ନାଇଡୁଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅର୍ପିତା ସେହି ସାଂସଦମାନଙ୍କ ମଧ୍ୟରୁ ଜଣେ ଯିଏ ମୌସୁମୀ ଅଧିବେଶନରେ ହଟଗୋଳ କରିବା ସହ ମାର୍ଶାଲଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ମାମଲାରେ ଅର୍ପିତାଙ୍କୁ ସସପେଣ୍ଡ୍ କରାଯାଇଥିଲା । ପଶ୍ଚିମବଙ୍ଗ ଉପ ନିର୍ବାଚନ ପୂର୍ବରୁ ଅର୍ପିତାଙ୍କ ଇସ୍ତଫାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି । ୨୦୧୦ରେ ଅର୍ପିତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା । ଗଣମାଧ୍ୟମରେ ଏହା ମଧ୍ୟ କୁହାଯାଉଛି ଯେ, ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ସେ ଇସ୍ତଫା ଦେଇଛନ୍ତି । ତାଙ୍କୁ ସଙ୍ଗଠନର ଦାୟିତ୍ୱ ମିଳିପାରେ । ଆଗାମୀ ଦିନରେ ସେ ସଙ୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |