ନୂଆଦିଲ୍ଲୀ,୯ା୧୨: ରାଜ୍ୟସଭାରେ ପାସ୍ ହୋଇଛି ‘ୟୁନିଫର୍ମ ସିଭିଲ କୋଡ୍ ପ୍ରାଇଭେଟ ବିଲ୍’। ଏହି ବିଲ୍କୁ ବିଜେପି ସାଂସଦ କିରୋରିଲାଲ ମୀନାଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା, ତେବେ ଗୃହରେ ତୀବ୍ର ବିତର୍କ ମଧ୍ୟରେ ଏହା ପାସ୍ ହୋଇଛି। ଏହି ବିଲ୍ ଉପସ୍ଥାପନକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ତେବେ ଏହି ବିଲ୍ର ଉପସ୍ଥାପନକୁ ବନ୍ଦ କରିବାକୁ ବିରୋଧୀଙ୍କ ଦାବିକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ପ୍ରତ୍ୟାଖ୍ୟାନ କରିଥିଲେ । ପରେ ଏହା ୬୩ ଭୋଟରେ ପାସ୍ ହୋଇଥିଲା, ଯେତେବେଳେ କି ଏହା ବିପକ୍ଷରେ ୨୩ ଖଣ୍ଡ ଭୋଟ ପଡିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |