ଭୁବନେଶ୍ୱର,୧୯/୦୯ : ରାଜ୍ୟ ପୋଲିସ ବିଭାଗର ୧୫୦୦ କନଷ୍ଟେବଳ ଏସଆଇ ପଦବୀକୁ ପଦୋନ୍ନତି ପାଇବେ । ୨୦୨୦ ଡିସେମ୍ବର ମାସ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା କନଷ୍ଟେବଳଙ୍କୁ ଏଏସଆଇ ପଦବୀକୁ ପଦୋନ୍ନତି କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି ।୨୦୨୦ ଡିସେମ୍ବ ୧୪ରେ ପ୍ରଥମେ ମେଧା ତାଲିକା ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ୨୨ରେ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା । ତାଲିକାର ଅସଂରକ୍ଷିତ ବର୍ଗରେ ୨ ହଜାର ୪୯୧ ଜଣ ଓ ସଂରକ୍ଷିତ ବର୍ଗରେ ୨୯୧ ଜଣ କନଷ୍ଟେବଳଙ୍କ ନାମ ରହିଥିଲା । ସେମାନଙ୍କ ମଧ୍ୟରୁ ୨୬ ତାରିଖରେ ୯୨୫ ଜଣଙ୍କୁ କନଷ୍ଟେବଳରୁ ଏଏସଆଇକୁ ପଦୋନ୍ନତି ଦିଆଯାଇଥିଲା । ମାତ୍ର ଏହି ମେଧା ତାଲିକା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ବୋଲି ପରେ ଘୋଷଣା କରାଯାଇଥିଲା । ଫଳରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦେଢ଼ ହଜାରରୁ ଅଧିକ କନଷ୍ଟେବଳ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଡିସେମ୍ବର ୧୪ ଓ ୨୨ରେ ପ୍ରକାଶିତ ମେଧା ତାଲିକା ଏକ ବର୍ଷ ବା ସମ୍ପୂର୍ଣ୍ଣ ଭାବେ ଶେଷ ହେବା ପର୍ଯ୍ୟନ୍ତ ବୈଧ ରହିବ ବୋଲି କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |