ଭୁବନେଶ୍ବର, ୧୬।୭:- ପିତା ସ୍ୱର୍ଗ ପିତା ଧର୍ମ ପିତରି ପ୍ରତିମା ପର୍ଣ୍ଣେ ପ୍ରୀୟନ୍ତେ ସର୍ବ ଦେଵତା’ ଏହି ଉକ୍ତିକୁ ଆଜି ସାବ୍ୟସ୍ତ କରିଛନ୍ତି ଦୁଇ ବିବାହିତ ଝିଅ। ପାହାଳ ଥାନା ଅନ୍ତର୍ଗତ ଜନ୍ମଜୟପୁର ଗ୍ରାମରେ ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ଯାହା ନିଜ ଜନ୍ମଦାତା ପିତାଙ୍କୁ ଦେଖିବା ପାଇଁ ଝିଅ ମାନେ ସେହି ନିକଟରେ ଥିଲେ ସୁଧା, ବାପାଙ୍କୁ ଦେଖି ପାରୁନଥିଲେ।ଏନେଇ ଦୁଇ ଜଣ ଝିଅ ଥାନାର ଫେରାଦ ହୋଇ ନିରାଶ ହେବାରୁ,ଶେଷରେ ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟରେ ଦ୍ୱାରସ୍ଥ ହେଇଥିଲେ। ରାଜ୍ୟ ମାନବାଧିକାର କମିଶନ ସଭ୍ୟ ଅସୀମ ଅମିତାଭ ଦାଶ ଘଟଣାର ଗମ୍ଭୀରତାକୁ ଅନୁଭବ କରି ଦୁଇଘଣ୍ଟା ପାଇଁ ପୋଲିସ ଉପସ୍ଥିତିରେ ବାପାଙ୍କ ସହ ମିଶିବାକୁ ନିର୍ଦେଶ ଦେଇଥିଲେ। ମାନବାଧିକାର କମିଶନଙ୍କ ନର୍ଦେଶ ମୁତାବକ ପାହାଳ ପୋଲିସ ଦୁଇ ଝିଅଙ୍କୁ ନେଇ ସେମାନଙ୍କ ବାପଘରେ ପହଞ୍ଚି ଅର୍ଡର ଦେଖେଇଲା ପରେ ମଧ୍ୟ ଅପର ପକ୍ଷ ମାନେ କବାଟ ଖୋଲିନଥିବା ଜଣାପଡିଛି। ଯାହା ଫଳରେ ଝରକା ପଟୁ ଝିଅମାନେ ବାପାଙ୍କୁ ଦେଖି ମନ ଦୁଃଖରେ ଫେରିଛନ୍ତି। ମିଳିଥିବା ସୂଚନା ଅନୁଯାଇ ଜନ୍ମଜୟ ପୁର ଗ୍ରାମରେ ଦୀର୍ଘ ୨୦ବର୍ଷ ଧରି ପ୍ରମୋଦ ରଞ୍ଜନ ଛୋଟରାୟ ତାଙ୍କ ପରିବାର ସହ ରହି ଆସିଛନ୍ତି। ପ୍ରମୋଦ ରଞ୍ଜନଙ୍କ ବାର୍ଦ୍ଧକ୍ୟ ଅବସ୍ଥାର ସୁଯୋଗ ନେଇ ସମ୍ପତ୍ତି ଲୋଭରେ କିଛି ଖଳ ପ୍ରକୃତିର ଲୋକ ସମ୍ପତ୍ତି ହଡପ ଆଶାରେ ଛୋଟରାୟଙ୍କ ପରିବାର ମଧ୍ୟରେ ଫାଟ ସୃଷ୍ଟି କରିବାରେ ସଫଳ ହେବା ସହ, ସେମାନଙ୍କ ପ୍ରରୋଚନାରେ ଅପର ପକ୍ଷ ଦୁଇ ଝିଅ ଜୟଶ୍ରୀ ଛୋଟରାୟ,ରାଜଶ୍ରୀ ଛୋଟରାୟଙ୍କୁ ଦୁଇବର୍ଷ ଧରି ଘରକୁ ପ୍ରବେଶ କରାଇ ଦେଇନଥିଲେ। ଏହି ସମୟ ମଧ୍ୟରେ ପ୍ରମୋଦ ଛୋଟରାୟଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଗୁଡିକ ଶାଗ ମାଛ ମୂଲ୍ୟରେ ବିକ୍ରି ହେଇଥିବା ପ୍ରକାଶ। ମାତ୍ରା ଦୁଇ ଝିଅଙ୍କ ଆପ୍ରାଣ ଉଦ୍ୟମ ରାଜ୍ୟ ମାନବାଧିକାର କମିଶନର କେସ ନଂ 918/22ର ନିର୍ଦେଶନାମା ଦ୍ୱାରା ସେମାନେ ତାଙ୍କ ବାପାଙ୍କ ଦୂରରୁ ହେଲେବି ଦେଖିବାର ସୁଯୋଗ ପାଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |