ବ୍ରହ୍ମପୁର-୪/୩(ମନୋଜ କୁମାର ପାତ୍ର):ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ତଥା ତଥା ଦକ୍ଷିଣ ଓଡିଶାରେ ନାଟକ ମହୋତ୍ସବର ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଗଞ୍ଜାମ କଳାପରିଷଦ ଠାରେ ଅନୁଷ୍ଠିତ ହୋଇଆଯାଇଛି। ଉକ୍ତ ବୈଠକ ଅନୁଷ୍ଠାନର ସଭାପତି ବଳରାମ ଦାସଙ୍କର ପୌରହିତତ୍ୱରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ରମେଶ ମହାରଣା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନାଟକ ମହୋତ୍ସବର ରୂପରେଖ ବିଷୟରେ ବିଷଦ ଆଲୋଚନା କରିଥିଲେ। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ଆଠ ଦିନିଆ କାର୍ଯ୍ୟକ୍ରମକୁ କାଟଛାଟ କରି କିଭଳି ସୁଚାରୁ ରୁପେ ସମ୍ପାଦିତ କରାଯିବ ତା ନେଇ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସ ୧୮ ତାରିଖ ଠାରୁ ୨୨ ତାରିଖ ଯାଏଁ ପାଞ୍ଚ ଦିନ ଭିତରେ କାର୍ଯ୍ୟକ୍ରମ ସୀମିତ ରଖାଯିବା ପାଇଁ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଇଶା ଭିଜନ ସହଆୟୋଜକ ଭାବରେ ରହିଥିବା ବେଳେ ଅନେକ ଯୁବକ ଏବଂ ନୂତନ ଉଦିୟମାନ ନୂଆଁ କଳାକାର ସଂଗଠନ ସହ ଜଡିତ ରହିବେ ବୋଲି ସମ୍ପାଦକ ଘୋଷଣା କରିଥିଲେ।କାର୍ଯ୍ୟକ୍ରମରେ ଚଳିତ ବର୍ଷର ନାଟକ କଳାକାର ତଥା କଳାପ୍ରେମୀଙ୍କୁ ପ୍ରୋତ୍ସାହନ ଦିଗରେ ଏହି ଅନୁଷ୍ଠାନର ଅବଦାନ ଯଥେଷ୍ଟ ଅଧିକା ଥିବାବେଳେ। ଚଳିତ ବର୍ଷ ଏଇ ମହୋତ୍ସବର ବାର୍ଷିକ ଆୟ ବ୍ୟୟ ଅଟକଳ ଉପସ୍ଥିତ ସଦଶ୍ୟଙ୍କର ସର୍ବଜ୍ଞାନ୍ତସାରରେ ଆଲୋଚନା ସହ ନାଟକ ମହୋତ୍ସବ ସମ୍ପୂର୍ଣ ସଫଳ କରେଇବା ପାଇଁ ଉପସ୍ଥିତ ସଦଶ୍ୟ ମାନଙ୍କର ମଧ୍ୟରେ ଆଲୋଚନା କରାଯାଇଥିଲା। ବୈଠକରେ କାର୍ଯ୍ୟକାରୀ ସଭାପତି ବୀଚିତ୍ରା ନନ୍ଦ ବେବର୍ତା,ଉପସଭାନେତ୍ରୀ କିରଣବାଳା ମିଶ୍ର,କଳା ନିର୍ଦ୍ଦେଶକ ସତ୍ୟ ମହାରଣା,ଡା. ବିଜୟ ଚନ୍ଦ୍ର ମହାରଣା,ସନ୍ତୋଷ ପାଣିଗ୍ରାହୀ ନଳିନୀ ଗୌଡ଼ ଏବଂ ଚଳିତବର୍ଷ ସହ ଆୟୋଜକ ଭାବରେ ଇଶା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ଏବଂ ସହଯୋଗୀ ସଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ନାଟକ ମହୋତ୍ସବ ସଫଳତା କାମନା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |