ରାମଚନ୍ଦ୍ରପୁର ଗ୍ରାମରେ ପହଁଚିଲେ ଅନ୍ତର୍ଜାତିକ ମାନବାଧିକାର ପରିଷଦ ମହିଳା ସଭାପତି  ସଂଧ୍ୟାରଣୀ ଦଳେଇ

ଭୁବନେଶ୍ୱର ,୨୧/୯:- ଅନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ମାନଙ୍କରେ ଥିବା ସଙ୍ଗଠନ ଗତ କିଛି ମାସ ଧରି ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସମାଜର ଦଳିତ ବର୍ଗର ବିଭିନ୍ନ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ, ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମାନବାଧିକାର କର୍ମୀମାନଙ୍କ ପ୍ରୟାସ ସ୍ୱାଗତଯୋଗ୍ୟ । ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରୁ କହ୍ନେଇ ତରେଇ ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ସଭାପତିଙ୍କ ନିକଟରେ ତାଙ୍କ ସହିତ ଗ୍ରାମବାସୀଙ୍କର ଥିବା ପୁରୁଣା ବିବାଦକୁ ସମାଧାନ କରିବାକୁ ନିବେଦନ କରିଥିଲେ। ଘଟଣା ଅତ୍ୟନ୍ତ ସ୍ପର୍ଶକତାର। ରାମଚନ୍ଦ୍ରପୁର ଗ୍ରାମର କହ୍ନେଇ ତରେଇଙ୍କ ସହିତ ଗ୍ରାମବାସୀଙ୍କର ଅନେକ ଥର ରକ୍ତାକ୍ତ ସଂଘର୍ଷ ହେଇସାରିଛି। ଥାନା ପୋଲିସଠାରୁ ଆରମ୍ଭକରି ପଞ୍ଚାୟତ ପର୍ଯ୍ୟନ୍ତ ଅନେକ ଥର ଉଦ୍ୟମ କରିଥିଲେ ମଧ୍ୟ ବିବାଦର ସମାଧାନ ହେଇନପାରି ଆଜି ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଥିଲା। ତେଣୁ ଏ ବିଷୟକୁ ହାଲକା ଭାବେ ନନେଇ, ଗଞ୍ଜାମ ବୋର୍ଡ ରାଜ୍ୟ ସଭାପତିଙ୍କ ନଜରକୁ ଆଣିଥିଲା। ରାଜ୍ୟ କର୍ମକର୍ତ୍ତା ମାନେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରିବା ପରେ ରାଜ୍ୟର ମହିଳା ସଭାପତି ମିସେସ ଇଣ୍ଡିଆ ସଂଧ୍ୟାରଣୀ ଦଳେଇ ତୁରନ୍ତ ଗଞ୍ଜାମ ବୋର୍ଡର କର୍ମକର୍ତ୍ତା ମାନଙ୍କ ସହିତ ସୁଦୂର ରାମଚନ୍ଦ୍ରପୁର ଗ୍ରାମକୁ ଯାଇ,ଗ୍ରାମର ମୁରବି ମାନଙ୍କ ସହିତ ଘଟଣା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ବିବାଦ ବହୁ ପୁରୁଣା। ପାଖାପାଖି ଦଶ ବର୍ଷର। ତଥାପି ଆଶାହରା ନହେଇ ସଂଧ୍ୟାରଣୀଙ୍କ ନେତୃତ୍ୱରେ ଯାଇଥିବା ଟିମ ସମାଧାନ କରିବାକୁ ସମସ୍ତ ପ୍ରୟାସ କରିବା ସହ, ଆଜିର ଆଲୋଚନା ଅନେକାଂଶରେ ଫଳପ୍ରଦ ହେଇଥିବା ପ୍ରକାଶ କରିଛନ୍ତି। ମିସେସ ଇଣ୍ଡିଆ ସଂଧ୍ୟାରଣୀଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ପ୍ରାୟ ସମସ୍ତ କର୍ମକର୍ତା ଆଲୋଚନାରେ ଭାଗ ନେଇଥିବା ପ୍ରକାଶ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: