ନୂଆଦିଲ୍ଲୀ ୧୧/୦୪: ଅଶାନ୍ତ ଜେଏନ୍ୟୁ କ୍ୟାମ୍ପସ୍। ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି। ଗତକାଲି ରାମନବମୀରେ କାବେରୀ ହଷ୍ଟେଲ୍ କ୍ୟାଣ୍ଟିନରେ ଆମିଷ ପରଷା ଯିବାକୁ ନେଇ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଛାତ୍ର ଆହତ ହୋଇଛନ୍ତି। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ(JNUSU)ର ଅଭିଯୋଗ ଅନୁସାରେ, ରାମନବମୀରେ ହଷ୍ଟେଲରେ ଆମିଷ ଖିଆକୁ ବିରୋଧ କରି ABVP ସଦସ୍ୟ, ମେସ୍ ସେକ୍ରେଟାରୀଙ୍କୁ ଆକ୍ରମଣ କରିବା ସହ ମାଂସ ପରଷାକୁ ନେଇ ଷ୍ଟାଫ୍ଙ୍କୁ ଅଟକାଇ ଥିଲେ। ଅଭିଯୋଗର ପ୍ରତିକ୍ରିୟା ରଖି ABVP ଦାବି କରିଛି ଯେ, ବାମ ସମର୍ଥିତ ଛାତ୍ରଗୋଷ୍ଠୀର ସଦସ୍ୟ ହଷ୍ଟେଲରେ ଆୟୋଜିତ ପୂଜାପାଠକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। ଉଭୟ ଗୋଷ୍ଠୀ ଅଭିଯୋଗ ଆଣି ଥିବାବେଳେ ପଥରମାଡ଼ ସହ ୨ ଗୋଷ୍ଠୀର ସଦସ୍ୟମାନେ ଆହତ ହୋଇଛନ୍ତି। ବିବାଦ ଉଗ୍ର ରୂପ ନେଇଥିବା କୁହାଯାଉଛି। ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |