ରାମବାବାଙ୍କ ପତଞ୍ଜଳିରେ ଭଲହେବ କରୋନା

ନୂଆଦିଲ୍ଲୀ,୧୪/୬(ଓଡ଼ିଆନ୍ ମିଡ଼ିଆ): ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିଷ୍ଠିତ ପତଞ୍ଜଳିରେ କରୋନା ଆକ୍ରାନ୍ତାଙ୍କ ଚିକିତ୍ସା କରାଗଲେ ରୋଗ ଭଲ ହେବ ବୋଲି ଦାବି କରିଛନ୍ତି । ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ କାଲକ୍ରିଷ୍ଣ କହିଛନ୍ତିଯେ, ଶୁବ୍‌ଶୀଘ୍ର ଏହି ରୋଗ ଉପରେ କ୍ରିନିକାଲ୍ ଟ୍ରିଟ୍‌୍‌ମେଂଟ୍ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । କରୋନାରେ ଆକ୍ରାନ୍ତ ହୋଇଥିବା ୮୦ ଭାଗ ଲୋକ ପତଞ୍ଜଳିରେ ସୁସ୍ଥ ହେଉଛନ୍ତି । ଆକ୍ରାନ୍ତ ମାନଙ୍କୁ ପତଞ୍ଜଳି ପଦ୍ଧତିରେ ଚିକିତ୍ସା କରାଯାଇ ସଫଳତା ପାଇପାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଣଳୟର ସୁପାରିସ ପରେ କ୍ରିନିକାଲ୍ ଟ୍ରିଟ୍‌୍‌ମେଂଟ୍ କରାଯିବା ନେଇ ସେ କହିଛନ୍ତି । ଆଚାର୍ଯ୍ୟ କାଲକ୍ରିଷ୍ଣଙ୍କ ଏଭଳି ଆଶ୍ୱସ୍ତିକର ଖବର ଜାଣିବା ପରେ ଭାରତୀୟଙ୍କ ମଧ୍ୟରେ ଖୁସିର ବାତାରଣ ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: