ରାମ ମନ୍ଦିର ଗର୍ଭଗୃହ ପାଇଁ ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା,୦୧।୦୬ :   ଆଜି ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ଗର୍ଭଗୃହ ପାଇଁ ଶିଳାନ୍ୟାସ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ସାଧୁସନ୍ଥ ଯୋଗଦେବେ । ଏଥି ପାଇଁ ପୂର୍ବରୁ ନିମନ୍ତ୍ରଣ ଦିଆଯାଇଛି । ମନ୍ଦିରର ଗର୍ଭଗୃହ ଶିଳାନ୍ୟାସ ଅବସରରେ ନିର୍ମାଣାଧୀନ ଅଞ୍ଚଳକୁ ସୁସଜ୍ଜିତ କରାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ନିର୍ମାଣ କାମ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଅଗଷ୍ଟ ୫ ତାରିଖରେ ଏହାର ଶିଳାନ୍ୟାସ କରିଥିଲେ । ସେହିଦିନ ଠାରୁ ମନ୍ଦିର ନିର୍ମାଣ କାମ ଜୋରରେ ଚାଲିଛି । ଶହ ଶହ କାରିଗର ମନ୍ଦିର ନିର୍ମାଣ କାମରେ ନିୟୋଜିତ ଅଛନ୍ତି । ଧାର୍ଯ୍ୟ ସମୟରେ ମନ୍ଦିର ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: