ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅଙ୍କ ବିଜୟୀ ପରିପ୍ରେକ୍ଷୀରେ,ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

 ବ୍ରହ୍ମପୁର,୨୧/୭(ମନୋଜ କୁମାର ପାତ୍ର):ଓଡ଼ିଶା ମାଟିର ଝିଅ, ଆମ ସମସ୍ତଙ୍କର ଗର୍ବ ଓ ଗୌରବ ମାନନୀୟା ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେଇଛନ୍ତି । ଶ୍ରୀମତି ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଠାରେ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ରଙ୍କ ନେତୢତ୍ୱରେ ସ୍ଥାନୀୟ କୋର୍ଟପେଟା ଛକ ଠାରେ ବିଜେପି ନେତା ଓ କର୍ମୀ ଆତସବାଜୀ ସହ ମିଷ୍ଠାନ୍ନ ବଣ୍ଟନ କରି ଖୁସିରେ ବିଜୟ ଉତ୍ସବ ପାଳନ କରିଥିଲେ । ଏହା ସହ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ଦୀର୍ଘାୟୁ କାମନା କରି ବିଜେପି କାର୍ଯକର୍ତ୍ତା ମାନେ କୋର୍ଟପେଟା ଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରିଥିଲେ । ମୋଦି ସରକାର କ୍ଷମତାକୁ ଆସିବା ପରେ “ଅନ୍ତ୍ୟୋଦୟ”କୁ ମୂଳମନ୍ତ୍ର ଭାବେ ଆଧାର କରି ସମାଜର ଅନ୍ତିମ ଧାଡ଼ିରେ ବାସ କରୁଥିବା ଲୋକ ମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଆଜି ଏହା ବାସ୍ତବରେ ରୂପାନ୍ତରିତ ହେବା ସହ ପୂର୍ବ ଭାରତର ପୂର୍ବୋଦୟ ଓଡ଼ିଶାରୁ ହୋଇଛି । ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଆଦିବାସୀ ଅଧିଷ୍ଠିତ ମୟୁରଭଞ୍ଜ ଜିଲ୍ଲାର ଜଣେ ଜନ ଜାତି ବର୍ଗର ମହିଳାଙ୍କୁ ସର୍ବୋଚ୍ଚ ସାମ୍ୱିଧାନୀକ ପଦବୀ ରାଷ୍ଟ୍ରପତି ଭାବେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଅଧିଷ୍ଠିତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଞ୍ଜାମ ଜିଲ୍ଲା ବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ଦଳର ନେତା ଏବଂ କର୍ମୀ । ରାଷ୍ଟ୍ରପତି ଭାବେ ଶ୍ରୀମତି ମୁର୍ମୁ ଆସନ୍ତା ୨୫ ତାରିଖରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟିର କାର୍ଯକର୍ତା ମାନେ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଣ୍ଡଳରେ ମଧ୍ୟ ଏହି ବିଜୟ ଉତ୍ସବ ପାଳନ କରିଛନ୍ତି । ଆଜିର ଏହି ବିଜୟ ଉତ୍ସବ ପାଳନରେ ବ୍ରହ୍ମପୁର ବିଧାନସଭାର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି, ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର,ସୁନିଲ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍.ମୋହନ ଦାସ,ଜିଲ୍ଲା କୢଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଡା.ସୁବାଷ ସାହୁ,ବାଳକୃଷ୍ଣ ସାମନ୍ତରା,କର୍ପୋରେଟର ନୀଳକଣ୍ଠ ସାହୁ,ରଞ୍ଜିତା ବେହେରା,ବନିତା ସାହୁ,ଡ଼ା.ଅମୁଲ୍ୟ ଚୌଧୁରୀ,ଅନୁଜା ନନ୍ଦ,ନିବେଦିତା ପାଢ଼ୀ,ଅନୁରାଧା ସାହୁ,ବର୍ଷା ଶୁଭଦର୍ଶନୀ,ଶିବ ଶଙ୍କର ନାୟକ,ଶିବ ଶଙ୍କର ଶତପଥି, କେ.ରବି ରାଓ,ଭଗବାନ ଭୂୟାଁ, ଜୟରାମ ରାଉତ,ଅଶୋକ ନିମାଇଁ, ପ୍ରହ୍ଲାଦ ପାଣିଗ୍ରାହୀ,ସୁବ୍ରତ ପାଳ, ଗୌରୀ ମହାନ୍ତି,ରାଜ କିଶୋର ପାତ୍ର,ମନୋଜ ମହାରଣା,ଶରତ ନାୟକ,ବିନୋଦ ସିଂ,ନର୍ମଦାମଣି ରାଜୁ,ରବି ସାବତ,ପି.ରାଜେନ୍ଦ୍ର କୁମାର,ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତା ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!