ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ,୯/୬: ଭାରତୀୟ ନିର୍ବାଚନ ଆୟୋଗ ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁସାରେ, ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ । ତେବେ ଜୁନ ୧୫ରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨୯ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ । ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତାଦାନ ହେବ । ସେହିପରି ଜୁଲାଇ ୨୧ରେ ମତଗଣନା ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦିଲ୍ଲୀରେ ହିଁ ହୋଇପାରିବ । ଦିଲ୍ଲୀଛଡା ଅନ୍ୟ କୌଣସି ସ୍ଥାନରେ ନୋମିନେସନ ହୋଇପାରିବ ନାହିଁ। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କ ଅନୁସାରେ ନିର୍ବାଚିତ ପ୍ରତିନିଧି( ଲୋକସଭା, ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭା) ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ  ହୋଇପାରିବେ। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି, ଭୋଟ ହେବା ପାଇଁ ୧,୨,୩ ଲେଖି ନିଜ ପସନ୍ଦ ଜଣାଇବାକୁ ପଡିବ। ଭୋଟ ଦେଇଥିବା ସାଂସଦ କିମ୍ୱା ବିଧାୟକ ଯଦି ନିଜର ପ୍ରଥମ ପସନ୍ଦ ଜଣାଇ ନଥିବେ ତେବେ ଭୋଟ ରଦ୍ଦ ହୋଇଯିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୪,୮୦୯ ଭୋଟ ହେବ। ଭୋଟ ଗୁଡିକର ମୋଟ ମୂଲ୍ୟ ୧୦ ଲକ୍ଷ ୯୮ ହଜାର ୮୦୩ । ଏହି ନିର୍ବାଚନରେ ଲୋକସଭା ଏବଂ ରାଜ୍ୟସଭାର ୭୭୬ ଜଣ ସାଂସଦ ଏବଂ ୪,୧୨୦ ବିଧାୟକ ସାମିଲ ହେବେ।ଭାରତରେ ରାଷ୍ଟ୍ରପତି ନିର୍ବାଚନ ଇଲେକ୍ଟୋରଲ କଲେଜ ସିଷ୍ଟମ ଜରିଆରେ ହୋଇଥାଏ। ଏଥିରେ ସାଂସଦ ଏବଂ ବିଧାୟତ ମତଦାନ କରିଥାନ୍ତି। ପୂରା ପ୍ରକ୍ରିୟା ନିର୍ବାଚନ ଆୟୋଗ ନିରୀକ୍ଷଣ ହୋଇଥାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: