ରାଷ୍ଟ୍ରପତି ପଦ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,  ୨୪/୦୬: ଓଡ଼ିଆ ଝିଅ  ତଥା  ଝାଡ଼ଖଣ୍ଡର  ପୂର୍ବତନ  ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଆଜି ଏନ୍‌ଡିଏର ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ପଦବି ପାଇଁ ନାମାଙ୍କନପତ୍ର ଦାଖଲ କରିବେ ।   ସଂସଦ ଭବନରେ ଦିନ ୧୨ଟା ସମୟରେ ନିଜର ସମର୍ଥକଙ୍କ ସହ ଦ୍ରୌପଦୀ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି । ଦ୍ରୌପଦୀ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ସମିଲ ରହିବେ ।ସେ ସଂସଦ ଭବନରେ ମଧ୍ୟାହ୍ନ ୧୨ଟାରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ଏନଡିଏର ବଡ଼ ନେତା ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।  ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦର ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନିବାସରେ ପ୍ରସ୍ତାବକ ଓ ସମର୍ଥକ ଭାବେ ପ୍ରାର୍ଥୀପତ୍ରରେ ଦସ୍ତଖତ କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରଥମ ପ୍ରସ୍ତାବକ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଶିବରାଜ ସିଂହ ଟୁଇଟ କରି ଲେଖିଛନ୍ତି ଯେ, ଏହା ମୋର ପରମ ସୌଭାଗ୍ୟ, ଭାରତର ଜନଜାତୀୟ ସମାଜର ପ୍ରଥମ ଏବଂ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ପଦର ପ୍ରାର୍ଥୀ ଆଦରଣୀୟ ଦ୍ରୌପଦୀ ମର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରଥମ ସମର୍ଥକ ଭାବେ ଦସ୍ତଖତ କରିବାର ସୁଯୋଗ ମିଳିଛି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସମର୍ଥନ ଜଣାଇଛନ୍ତି । ସେହିଭଳି ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଶ୍ରୀମତୀ ମର୍ମୁଙ୍କୁ ନିଜର ସମର୍ଥନ ଜଣାଇଛନ୍ତ । ଦ୍ରୌପଦୀ ମୁର୍ମୁ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇ ୧୮ ତାରିଖରେ ହେବ । ଜୁଲାଇ ୨୧ ତାରିଖରେ ଗଣତି ହେବ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!