ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର,  ୨୨/୬:ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଟ୍ୱିଟ ଜରିଆରେ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ କରିବାକୁ ମଧ୍ୟ ଅପିଲ କରିଛନ୍ତି । ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ କରିଛନ୍ତି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ନେତ୍ରୀ ଭାବରେ ପରିଚିତ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଯାହା ଆମ ଓଡ଼ିଶା ତଥା ଓଡ଼ିଆବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶରେ ପ୍ରଥମ ଥର କେହି ମହିଳା ଆଦିବାସୀ ନେତ୍ରୀଙ୍କୁ ଏହି ସର୍ବୋଚ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ ଏନ୍‌ଡିଏର ରାଷ୍ଟ୍ରପତି ହେଲା ପରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦ୍ରୌପଦୀ ମୁର୍ମୁ ନିଜ ଜୀବନରେ ସମାଜ ସେବା କରିବା ସହିତ ଗରିବ-ଦଳିତଙ୍କ ମୁହଁରେ ହସ ଫୁଟାଇଛନ୍ତି । ଲୋକଙ୍କୁ ସଶକ୍ତ କରିବାରେ ବଡ଼ ନେତୃତ୍ୱ ନେଇଛନ୍ତି ।  ସର୍ବୋପରି ସମାଜର ବିକାଶ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ତାଙ୍କ ପାଖରେ ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତା ରହିଛି । ତାଙ୍କର କାର‌୍ୟ୍ୟକାଳ ସ୍ମରଣୀୟ ହୋଇଛି । ମୋର ବିଶ୍ୱାସ ଯେ, ସେ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!