ରାଷ୍ଟ୍ରବାଦୀ କୃଷକ ମହାସଂଘ ଓ ଡାବୁଗାଁ କୃଷକ ମହାସଂଘ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର,୩/୯(ମିହିର ଶଙ୍କର ପାତ୍ର):ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡାବୁଗାଁ ବ୍ଲକ,ପାପଡାହାଣ୍ଡି ବ୍ଲକ ଓ କୋଷାଗୁମୁଡା ବ୍ଲକରେ ୟୁରିଆ ସାର ଆବଶ୍ୟକ ପରିମାଣରେ ଚାଷୀ ମାନଙ୍କୁ ନ ମିଳିବାରୁ ବାରମ୍ବାର ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେଉଛି। ବିଗତ ଦିନରେ ଡାବୁଗାଁ କୃଷକ ମହାସଂଘ ଓ ରାଷ୍ଟ୍ରବାଦୀ କୃଷକ ମହାସଂଘ ପକ୍ଷରୁ ଡାବୁଗାଁ ବ୍ଲକ ରେ ବଡ଼ ଧରଣର କୃଷକ ଆନ୍ଦୋଳନ କରାଯାଇଥିଲା। ଗତ କିଛି ଦିନ ଧରି କୋଷାଗୁମୁଡା ବ୍ଲକର ଚାଷୀମାନେ ୟୁରିଆ ସାର ପାଇଁ ହନ୍ତସନ୍ତ ହେଉଥିବା ସ୍ଥଳେ ପ୍ରଶାସନ ର ଅବହେଳା କୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରବାଦୀ କୃଷକ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର ଏବଂ ଡାବୁଗାଁ ବ୍ଲକ କୃଷକ ମହାସଂଘ ର ସଭାପତି ସତ୍ୟ ରଞ୍ଜନ ପାତ୍ର। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଚାଷୀ ମାନଙ୍କୁ ୟୁରିଆ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି। ଗତ ସେପ୍ଟେମ୍ବର ୨ ତାରିଖ ଗୁରୁବାର ଦିନ ୟୁରିଆ ସାର ପାଇଁ ଆସିଥିବା ଚାଷୀ ମାନଙ୍କ ଉପରେ ପୋଲିସ ର ଶକ୍ତି ପ୍ରୟୋଗ କୁ ନାପସନ୍ଦ କରିଛନ୍ତି ଉଭୟ ଚାଷୀ ସଂଗଠନ। ଯଥା ଶୀଘ୍ର କୋଷାଗୁମୁଡା ବ୍ଲକ ର ଚାଷୀ ମାନଙ୍କୁ ୟୁରିଆ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦୃଢ ଦାବୀ ରଖିଛନ୍ତି। ଚାଷୀ ମାନଙ୍କ ଭିତରେ କୁହୁଳୁ ଥିବା ଉତ୍ତେଜନା ପାଇଁ ସିଧାସଳଖ ପ୍ରଶାସନ କୁ ଦାୟୀ କରିଛନ୍ତି ଉଭୟ ସଂଗଠନ। ଶିଘ୍ର ଚାଷୀ ମାନଙ୍କ ସମସ୍ୟା ର ସମାଧାନ ନହେଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିଥିବା ବୋଲି ଜୟନ୍ତ କୁମାର ପାତ୍ର ଏବଂ ସତ୍ୟ ରଞ୍ଜନ ପାତ୍ର ମିଳିତ ପ୍ରେସ୍ ବିବୃତି ପ୍ରଦାନ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: