ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ୨୭।୧: ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କୁ ଦୁଇ ଜଣ ଯୁବକ ଫିଙ୍ଗିଦେଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ବୁଧବାର ସକାଳ ୯ଟା ବେଳେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ । ପରେ ଉକ୍ତ ରାସ୍ତା କଡରେ ଯୁବତୀଙ୍କ ମୃତଦେହ ପଡିଥିବାର ଖବର ଆସିଥିଲା । ତେବେ ଯୁବତୀଙ୍କ ମୃତଦେହ ପାଖରେ ବ୍ୟାଗ୍ ପଡିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ, ତାଙ୍କ ମୃତ୍ୟୁ କିପରି ହୋଇଛି ତାର ମଧ୍ୟ  ସୂଚନା ମିଳିପାରିନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: