ନୂଆଦିଲ୍ଲୀ,୮।୩ – ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ ଅଘଟଣ । ବିଜୟପାର୍କ ଅଞ୍ଚଳରେ ଚାହୁଁ ଚାହୁଁ କିଛି ସେକେଣ୍ଡ ମଧ୍ୟରେ ଏକ ବିରାଟ କୋଠାଘର ଭୁଶୁଡି ପଡିଛି । ଏହି ସମୟରେ ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ ଚିତ୍କାର କରିଥିଲେ । ଘଟଣାର ସୂଚନା ପାଇଁ ଅଗ୍ନିଶମ ବାହିନୀର ଯବାନମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି | ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ ଥିବା ଏକ ପାଞ୍ଚମହଲା କୋଠା ଦେଖୁଦେଖୁ ଭୁଶୁଡି ପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଘଟିଥିବା ରାସ୍ତାର ଉଭୟ ପାର୍ଶ୍ବକୁ ବନ୍ଦ କରି ଦିଆଯାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷକୁ ରାସ୍ତାରୁ ସଫା କରିବା କାମ ଚାଲିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |