ସାରଣ, ୨୭।୧୧: ଶନିବାର ରାତିରେ ବିହାରର ସାରଣ ଜିଲ୍ଲାର ଏକ ରାସ୍ତାକଡ଼ରେ ଆୟୋଜିତ ଶ୍ରାଦ୍ଧଭୋଜିରେ ଏକତ୍ର ହୋଇଥିବା ଲୋକଙ୍କ ଉପରେ ଗୋଟାଏ ଦ୍ରୁତଗାମୀ କାର୍ ଚଢ଼ିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୧୮ଜଣ ଆହତ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।ବିହାର ଶାରଣ ଜିଲ୍ଲାର ଦାୱତରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଭୋଜି ଚାଲିଥିବା ବେଳେ ଏକ କାର ହଠାତ୍ ମାଡିଯାଇଛି । ଫଳରେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ଦଶାହ କାର୍ଯ୍ୟରେ ଯାଇଥିବା ଜଣା ପଡିଛି । ତେବେ ଦୁର୍ଘଟଣା ଘଟାଇଥିବା କାର ଟି ପ୍ରଥମେ ଦ୍ରୁତ ଗତିରେ ଏକ ଦୋକାନକୁ ଭାଙ୍ଗି ଥିଲା ପରେ ଅନ୍ୟ ୧୮ ଜଣଙ୍କୁ ମଧ୍ୟ ଧକ୍କା ଦେଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦୁର୍ଘଟଣା ଘଟିବା ସମୟରେ କାର୍ ଚାଳକ ନିଶାସକ୍ତ ଥିଲେ। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |