ମୁନିଗୁଡା,୧୦/୩(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଦୀର୍ଘ ବର୍ଷ ଧରି ଉଠାଦୋକାନୀ ମାନେ ସହୀଦ ଲକ୍ଷ୍ମଣ ନାୟକ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଫଳ, ପନି ପରିବା ସହ ବିଭିନ୍ନ ଦୋକାନ ଖୋଲି ବସୁଥିଲେ ଫଳରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଉଥିଲା l ଏହି ସମସ୍ୟାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ତରଫରୁ ବହୁବାର ସମାଧାନ କରାଯାଉଥିଲା କିନ୍ତୁ ସମସ୍ୟାର କୌଣସି ସଫଳ ରୂପାୟନ ହେଉନଥିଲା l ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ମିଳିତ ଉଦ୍ୟମରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତର ସରପଞ୍ଚ ଜଗା ଶବର ଓ ପିଇଓ କୌଳାସ ପାତ୍ରଙ୍କ ସହ ଆଲୋଚନା କରି ସିନେମାହୋଲ ରୋଡ଼ ସ୍ଥିତ ଗୋପବନ୍ଧୁ ନଗର ଠାରେ ପୂର୍ବରୁ ନୂତନ ପରିବା ବଜାର ପାଇଁ ଥିବା ଜାଗାରେ ଉଠାଦୋକାନୀ ମାନଙ୍କୁ ସ୍ଥାନାନ୍ତର କରିବାକୁ ନେର୍ଦେଶ ଦିଆ ଯାଇଥିଲା l କିନ୍ତୁ ଉଠାଦୋକାନୀ ମାନେ କିଛି ଦିନ ସମୟ ମାଗିଥିଲେ ହେଲେ ସମୟସୀମା ପୁରା ହୋଇଯାଇଥିଲେ ମଧ୍ୟ ଦୋକାନୀ ମାନେ ନଯାଇ ପୂର୍ବ ପରି ଦୋକାନ ଖୋଲୁଥିଲେ l ତେବେ ଆଜି ସକାଳୁ ଏସଡ଼ିପିଓ ଶ୍ରୀ ସାହୁ, ଥାନା ଅଧିକାରୀ ଶ୍ରୀମତୀ ସାହୁଙ୍କ ସମେତ ଏସଆଇ ଚନ୍ଦ୍ରମା ଶବର, ଅଶୋକ କୁମାର ବିଶୋଇ, କନେଷ୍ଟବଲ ନିରଞ୍ଜନ ଦାସ, ଖଗେଶ୍ୱର ଦେହୁରୀ,ପବିତ୍ର ଶବର, ହୋମଗାର୍ଡ ପ୍ଲାଟୁନ କମାଣ୍ଡର ସନ୍ତୋଷ ପାଢ଼ୀ,ମହିଳା ହୋମଗାର୍ଡ ପ୍ରଭାତୀ ରାହୁଲ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ ଉଠାଦୋକାନୀ ମାନଙ୍କୁ ନୂତନ ପରିବା ବଜାରକୁ ସ୍ଥାନାନ୍ତର କରିଥିଲେ l ଆଜି ପ୍ରଥମ ପର୍ଯ୍ୟାୟରେ ରାସ୍ତା କଢ଼ରୁ ଉଠାଦୋକାନୀ ମାନଙ୍କୁ ସ୍ଥାନାନ୍ତର କରାଯାଇଛି ଆଗାମୀ ଦିନରେ ଦ୍ଵିତୀୟ ପର୍ଯ୍ୟାୟରେ ବସଷ୍ଟାଣ୍ଡ ଭିତରେ ଥିବା ଆମିଷ ବଜାରକୁ ମଧ୍ୟ ନୂତନ ବଜାର ଠାରେ ସ୍ଥାନାନ୍ତର କରାଯିବ ଏବଂ ସେଠାରେ ଅଟୋଷ୍ଟାଣ୍ଡ କରାଯିବାକୁ ନିଷ୍ପତି ନିଆଯାଇଛି l ସେହିପରି ତୃତୀୟ ପର୍ଯ୍ୟାୟରେ ଡ୍ରେନ ଉପରେ ଜବରଦାଖଲକାରୀଙ୍କୁ ହଟାଯିବ ବୋଲି ଏସଡ଼ିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି l ଶାନ୍ତି ଶୃଙ୍ଖଳାର ସହ ଉଠାଦୋକାନୀ ମାନଙ୍କୁ ସ୍ଥାନାନ୍ତର କରିବା ସହ ଏହିପରି ଜନହିତକର ମହତ୍ଵ କାର୍ଯ୍ୟର ପଦକ୍ଷେପକୁ ପୋଲିସ ପ୍ରଶାସନକୁ ବିଭିନ୍ନ ମହୋଲରୁ ପ୍ରଶଂସା କରାଯାଉଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |