ବ୍ରହ୍ମପୁର ୧୦।୦୩: ରାସ୍ତା ପାର୍ ହେଉ ହେଉ ଚାଲିଯାଇଛି ଦୁଇ କୋମଳ ଶିଶୁଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏମିକି ଏକ ଘଟଣା । ଏକ ବାଇକ୍ ଯୋଗେ ବାପା , ମାଆ ଓ ୨ ଶିଶୁ ଯାଉଥିଲେ । ତେବେ ରମ୍ଭା ସାବୁଳିଆ ଜାତୀୟ ରାଜପଥ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ଘଟିଲା ଅଘଟଣ । ବାଇକ୍ ଉପରେ ମାଡିଗଲା ଟ୍ରକ । ଯାହାଫଳରେ ୨ଜଣ ଶିଶୁଙ୍କର ମୃତ୍ୟୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ସେପଟେ ଦୁର୍ଘଟଣାର ଶିକାର ହୋଇଥିବା ବାପା ଓ ମାଆଙ୍କ ଅବସ୍ଥାରେ ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରେ ଉଭୟ ଗାଡ଼ିକୁ ଜବତ କରିଛି । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |