ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରେ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚ଼ନ ।
ବାଲିକୁଦା,୧୪/୦୩( ଓଡିଆନ ମିଡିଆ): ବାଲିକୁଦା ବ୍ଳକ ରାହାଣ ଗ୍ରାମରେ ସ୍ୱର୍ଗତ ଦଇତାରି ବେହେରା ସ୍ମୃତି ସଂସଦ ତରଫରୁ ସ୍ୱର୍ଗତ ବେହେରାଙ୍କ ୧୯ତମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା ସଂସଦର ସଭାପତି ପ୍ରଭାକର ସ୍ୱାଇଁଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଦଇତାରି ବେହେରାଙ୍କ ପ୍ରତିମୂର୍ତ୍ତୀରେ ସଂସଦର ସଭାପତି ତଥା ଶିକ୍ଷାବିତ୍ ପ୍ରଭାକର ସ୍ୱାଇଁ, ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା଼ ,ବରିଷ୍ଠ ମହିମା ଧର୍ମୀ ନଟବର ଦଳାଇ, ଶିକ୍ଷାବିତ୍ ତଥା ସମାଜସେବୀ ଚାନୁ କୁମାର ସ୍ୱାଇଁ,ଶିକ୍ଷକ ପୁର୍ଣ୍ଣଚ଼ନ୍ଦ୍ର ନାୟକ,ରାଜ କିଶୋର ପଣ୍ଡା,ରମେଶ ଚ଼ନ୍ଦ୍ର ପାଇଟାଳ,ଓଷକଣା ହାଇସ୍କୁଲର ଶିକ୍ଷକ ପ୍ରମୁଖ ମଲ୍ୟାର୍ପଣ କରି ଆଜିର ସମାଜରେ ପୂଜ୍ୟ ପୂଜା ପ୍ରତି ସମସ୍ତେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିବା ସହିତ ସ୍ୱର୍ଗତ ବେହେରା ଜଣେ ସରଳ,ଦରଦୀ ଓ ନିସ୍ୱାର୍ଥପର ମଣିଷ ଥିଲେ ଓ ଅନ୍ୟର ଉପକାର କରିବାରେ ଅପାର ଆନନ୍ଦ ପାଉଥିଲେ ବୋଲି ମତ୍ତ ପୋଷଣ କରିଥିଲେ ।
ପରେ ପରେ ସ୍ୱର୍ଗତ ବେହେରାଙ୍କ ସ୍ମୃତିରେ ସଂସଦ ଦ୍ୱାରା ପ୍ରକାଶିତ ଓ ତାଙ୍କ ସୂପୁତ୍ର ତଥା କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚି଼ବ ବ୍ରହ୍ମାନନ୍ଦ ବେହେରାଙ୍କ ସମ୍ପାଦିତ ସ୍ମରଣିକା ‘ ଆରପାରିରୁ-୨’ ଅତଥି ମାନଙ୍କ ଦ୍ୱାରା ଲୋକାର୍ପିତ ହେବା ସହ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ।
ଏହା ପୂର୍ବରୁ ରାହାଣସ୍ଥ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସ୍ମୃତି ସଂସଦ ତରଫରୁ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚ଼ନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ସ୍ୱର୍ଗତ ବେହେରାଙ୍କ ସୂପୁତ୍ର ଶିକ୍ଷକ ବିପ୍ରବର ବେହେରା,କେନ୍ଦୁଝର ଜିଲ୍ଲା ଯୋଜନା ଉପ-ନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା,ଗରିଜା ଶଙ୍କର ବେହେରା,ନରେଶ ଖଟୁଆ,ପ୍ରମୋଦ ବେହେରା,ବିଜ୍ଞ୍ୟାନ ମାଝୀ,ମୁନା ବିଶ୍ୱାଳ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |