ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ରବିବାର ଦିଲ୍ଲୀ ପୋଲିସ ପହଞ୍ଚିଥିଲା । ଯୌନ ନିର୍ଯ୍ୟାତନା ପିଡ଼ିତଙ୍କ ଉପରେ ଦେଇଥିବା ବୟାନ ସମ୍ପର୍କରେ ରାହୁଲଙ୍କ ସହିତ ଆଲୋଚନା କରିବ| ପାଇଁ ପୋଲିସ ତାଙ୍କ ଘରକୁ ଆସିଥିବା ଜଣାପଡ଼ିଛି । ଶ୍ରୀନଗରରେ ଭାରତ ଯୋଡ଼ୋ ଯାତ୍ରା ଭାଷଣରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ଦିଲ୍ଲୀର ସ୍ପେସାଲ ପୁଲିସ କମିସନର୍ ସାଗରପ୍ରୀତ ହୁଡାଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଘରେ ପହଞ୍ଚିଛି । ତେବେ ରାହୁଲ ଗାନ୍ଧୀ ଏହି ବିବୃତ୍ତି ରେକର୍ଡ କରିନାହାଁନ୍ତି । ପୋଲିସ ତାଙ୍କୁ ଆଉ ଏକ ନୋଟିସ ଦେଇ ଘରୁ ଫେରି ଆସିଥିଲା । ଏହାପୂର୍ବରୁ ମାର୍ଚ୍ଚ ୧୬ ରେ ପୋଲିସ ରାହୁଲଙ୍କୁ ନୋଟିସ ପଠାଇଥିଲା । ମାମଲା ବିଷୟରେ ସୂଚନା ଦେଇ ସ୍ପେଶାଲ ସିପି ସାଗର ପ୍ରୀତ ହୁଡା କହିଛନ୍ତି, ରାହୁଲ ଗାନ୍ଧୀ କହିଛନ୍ତି ଯେ ଅନେକ ମହିଳା ବିବୃତ୍ତି ଦେଇଛନ୍ତି କିନ୍ତୁ ସେଗୁଡିକ ଏକାଠି କରିବାକୁ ସମୟ ଲାଗିବ । ଏହି କାରଣରୁ ଆଜି ମଧ୍ୟ ରାହୁଲ ଗାନ୍ଧୀ ତାଙ୍କ ବିବୃତ୍ତି ରେକର୍ଡ କରିନାହାଁନ୍ତି । ତାଙ୍କ ବିବୃତ୍ତିକୁ ଯଥାଶୀଘ୍ର ରେକର୍ଡ କରିବାକୁ ପୋଲିସ ଚେଷ୍ଟା କରିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |