ରାୟଗଡ଼ା, ୧୦/୦୬ : ଭାରତୀୟ ରେଳ ବିଭାଗ ନିଷ୍ପତ୍ତି ଅନୁସାରେ “One Station one Product” ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ରାୟଗଡ଼ ରେଳ ଷ୍ଟେସନରେ ବାଉଁଶ ରୁ ତିଆରି ଗହଣା ଓ ଘର ସଜା ସାମଗ୍ରୀ ଗୁଡିକର ପ୍ରଚାର ପ୍ରସାର ଓ ବିକ୍ରି ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ପାଇଁ ଏକ ଷ୍ଟଲ ରେଳ ବିଭାଗ ପକ୍ଷରୁ “ସ୍ପର୍ଶ ସୋସିଆଲ ଫାଉଣ୍ଡେସନ” କୁ ଅନୁମତି ପ୍ରଦାନ କରାଯାଇଅଛି ।
ଜେ.କେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ “ସ୍ପର୍ଶ ସୋସିଆଲ ଫାଉଣ୍ଡେସନ”ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଡଚାନ୍ଦିଲି ଗ୍ରାମର ବାଉଁଶ ଗହଣା ତିଆରି ଉତ୍ପାଦକ ଗୋଷ୍ଠୀ ର ଆଦିବାସୀ ବାଳିକା ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀଗୁଡିକ ପ୍ରଚାର ପ୍ରସାର ଓ ବିକ୍ରି କରିବା ସହ ଲୋକାଭିମୁଖୀ କରିବା ପାଇଁ ଏକ ଷ୍ଟଲ ଜୁନ ୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ଏହି ଅବସରରେ ତା ୦୯/୦୬/୨୨ ରିଖ ଦିନ ୧୧ ଘଟିକା ସମୟରେ ରାୟଗଡ଼ ଷ୍ଟେସନ ମ୍ୟାନେଜର ଶ୍ରୀଯୁକ୍ତ ପରମାନନ୍ଦ ପିଡିସିକା, କମର୍ସିଆଲ ଇନ୍ସପେକ୍ଟର ଶ୍ରୀ ଭିନେଶ . ଜି , ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ର ସାଧାରଣ ପରିଚାଳକ ତଥା ରାଜ୍ୟ ମୁଖ୍ୟ ପ୍ରୋଫେସର ପ୍ରଫୁଲ୍ଲ ଧଳ, ଓରମାସ୍ ର ଡେପୁଟି ସିଇଓ ଶ୍ରୀ ମନୋଜ ପାତ୍ର, ସ୍ପର୍ଶ ର ଡେପୁଟି ମ୍ୟାନେଜର ଶ୍ରୀ ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ରହି ଷ୍ଟଲଟି କୁ ଉଦଘାଟନ କରିଥିଲେ। ସ୍ପର୍ଶ ର ପ୍ରକଳ୍ପ ପରିଚାଳିକା ଶ୍ରୀମତୀ ମନୁଶ୍ରୀ ରାୟ ଏବଂ ଅନ୍ୟ କର୍ମଚାରୀ କଶ୍ମୀତା, ଚାନ୍ଦିନୀ , ଯୋଗେଶ୍ବରୀ , ନଳିନୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |