ରାୟଗଡା,୮/୩(ଗୁରୁ ପ୍ରସାଦ ସାହୁ):ରାୟଗଡା ଜିଲ୍ଲା ର ମୁଖ୍ୟ ତଥା ରାୟଗଡା କୋର୍ଟ ର ଓକିଲସଙ୍ଘ ସଙ୍ଘ ପକ୍ଷରୁ ନିର୍ବାଚନ ପାଇଁ ଘୋଷଣା କରାଯାଇଥିଲା।ରାୟଗଡା ଓକିଲସଙ୍ଘ ତରଫରୁ ଗତ 6 ମାର୍ଚ୍ଚ ଠାରୁ 8 ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦିଆ ଯାଇଥିଲା ବିଭିନ୍ନ ପଦ ପାଇଁ ଯୋଗ୍ୟ ପାର୍ଥିଙ୍କ ନାମାଙ୍କନ ପତ୍ର ଗ୍ରହଣ ର ସମୟ ସୀମା। ଆଜି ଶେଷ ଦିନ ରେ ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସରିବା ପରେ ନିର୍ବାଚନ ଅଧିକାରୀ ଶ୍ରୀ ନବଘନ କଣ୍ଟା ପର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସଭାପତି ରୂପେ 4 ଜଣ ପାର୍ଥିଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଛି। ସଭାପତି ରୂପେ ଭି ସନ୍ୟାସୀ ରାଜୁ,ଡି କୁମାର ସ୍ୱାମୀ,ବିଭୁଦ କୁମାର ପ୍ରଧାନ, ୱେଇ ମଧୁସୂଦନ ରାଓ,ଉପସଭାପତି ରୂପେ ଦୁଇ ଜଣ ପାର୍ଥି ଯଥା ରବି ପ୍ରସାଦ ମହାପାତ୍ର, ଉମାକାନ୍ତ ମିଶ୍ର,ସମ୍ପାଦକ ପଦ ପାଇଁ ବରିଷ୍ଠ ଆଇନଜୀବୀ ଶ୍ରୀ ମଙ୍ଗଳମୂର୍ତି ବେଉରିଆ ଓ ଜଗନାଥ ଦୋରା, ସହ ସମ୍ପାଦକ ରୂପେ ଗୌରୀ ଶଙ୍କର ପଟନାୟକ ଓ ସେସଦରୀ ଗିରି ବସା ରାଓ ଓ କୋଷଦକ୍ଷ ରୂପେ ମାନସ ରଞ୍ଜନ ରଥ ପ୍ରମୁଖ ନିର୍ବାଚନୀ ମଇଦାନରେ ଲଢ଼େଇ ପାଇଁ ଅଣ୍ଟା ଭିଡିଥିବା ଦେଖିବକୁ ମିଳିଛି।ଏହି ନିର୍ବାଚନ ରେ ନିର୍ବାଚନ ଅଧିକାରୀ ରୂପେ ଶ୍ରୀ ନବଘନ କଣ୍ଟା, ଓ ଅନ୍ୟ ସହଯୋଗୀ ଯଥା ଅରୁଣ କୁମାର ପାଣିଗ୍ରାହୀ, ଶ୍ରୀହର ରାଓ,ସୁନୀଲ କୁମାର ନାୟକ ପ୍ରମୁଖ ନିଜ କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇଥିବା ଦେଖିବକୁ ମିଲିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |