ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ବନ୍ଧୁମିଲନ ଉତ୍ସବ ପାଳନ

ରାୟଗଡା,୩୧/୦୧(ଗୁରୁ ପ୍ରସାଦ ସାହୁ):ଭିନ୍ନକ୍ଷମ ନୁହେଁ ମୁଁ..ମୁଁ ବି ସକ୍ଷମର ସ୍ଲୋଗାନ ଦେଇ ଆଜି ସ୍ଥାନୀୟ ଭାକୁରଗୁଡା ସ୍ଥିତ ଉଦ୍ୟାନ କୃଷି ଫାର୍ମ ପରିସରରେ ରାୟଗଡା ଭିନ୍ନକ୍ଷମ ମହାସଂଘର ଦ୍ବିତୀୟ ବର୍ଷ ବନ୍ଧୁମିଳନ ମହୋତ୍ସବ କାର୍ଯ୍ୟକ୍ରମ କୋଭିଡ – ୧୯ ଗାଇଡଲାଇନ ଅନୁଯାୟୀ ପାଳିତ ହୋଇଯାଇଛି । ମହାସଂଘର ସଭାପତି ରାକେଶ ହିମିରିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧୁକାରୀ ଆଦିପତି କହଁର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଏବଂ ଦିବ୍ୟାଙ୍ଗମାନଙ୍କୁ ବସ ଭଡାରେ ରିହାତି ଆଲୋକପାତ କରାଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଇମ୍ଫା କମ୍ପାନୀର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହି , ଆକସୁସ ପୂର୍ବତନ କର୍ମଚାରୀ ଶ୍ରୀ ଚୈତନ୍ୟ ପ୍ରଧାନ , ଶିକ୍ଷା ଅନୁଷ୍ଠାନର ସୌମ ରଏ ପ୍ରମୁଖ ମଂଚାସୀନ ହୋଇଥିଲେ । ମହାସଂଘର ସାଧାରଣ ସଂପାଦକ ଅମରେନ୍ଦ୍ର ନାଥ ଦିବ୍ୟାଙ୍ଗମାନଙ୍କ ସମସ୍ୟା ଓ ତାହାର ସମାଧାନ ନ ହେବା ଯାଏଁ ପ୍ରଶାସନ ପାଖେ ଆମେ ଲଢି ଆମର ଅଧୀକାର ଆମେ ପାଇବା ବୋଲି ମତ ପ୍ରକାଶ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ରାୟଗଡା ଭିନ୍ନ କ୍ଷମମହାସଂଘ ର ସଦସ୍ୟ ମାନେ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମରେ ଶିଶିର ରାଉଳ ସଂଯୋଜନା କରିଥିଲେ ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ବୁଦ୍ଧିଜୀବୀ ସାମ୍ବାଦିକ ମାନେ ଉପସ୍ଥିତ ଥିବାବେଳେ ସଂଘ ର ବିଷମକଟକ ର ଶୀ ଭିକାରୀ ବାଗ୍, ରାମ ଚନ୍ଦ୍ର ପାତ୍ର, ପଦ୍ମପୁର ରୁ ଶ୍ରୀ ଭଗବାନ ସାହୁ, ଅଜୟ ଦାସ, ଗୁଡାରୀ ରୁ ଶ୍ରୀ ପବିତ୍ର ବିଡିକା, ଶ୍ରୀ ରାମ ସଙ୍କର, ଅନ୍ୟନ ବକ୍ଲ ରୁ ସଂଘ ର ସଭ୍ୟ ମାନେ ଉପସ୍ଥିତ ଥିଲେ, ଶେଷରେ ଶ୍ରୀ ଶିଶିର କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ଭଳି କାର୍ଯ୍ୟକ୍ରମକୁ ସାଧାରଣ ଲୋକମାନେ ପ୍ରଶଂସା କରିଥିଲେ ଆଗାମୀ ଦିନରେ ସଂଘ ପକ୍ଷରୁ ବିଭିନ୍ନ ଜନ ହିତକର କାର୍ଯ୍ୟ କରାଯିବ ବୋଲି ସଂଘ ର ସଂପାଦକ ଶ୍ରୀ ଅମରେନ୍ଦ୍ର ନାଥ କହିଛନ୍ତି,,ଏହି କାର୍ଯ୍ୟକ୍ରମକୁ ସଂଘ ର ଫାବେନା ପାଲକା ସୁନାଲି କୁମାର, ଓ ହେମାନନ୍ଦ ପରିଡା ଓ ସଂଘ ର ସଦସ୍ୟ ମାନେ ସହଯୋଗ କରିଥିଲେ ।

IMG 20210131 WA0067

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: