ରାୟଗଡ ସଡ଼କ ସୁରକ୍ଷା ପାଇଁ ଜିଲ୍ଲାସ୍ଥରୀୟ ବୈଠକ

ରାୟଗଡ,୨୮/୭: ସଡ଼କ ସୁରକ୍ଷା କର୍ତୃପକ୍ଷ ଦ୍ୱାରା ଜିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା କମିଟି ବୈଠକ  ଜିଲ୍ଲାପାଳ ତଥା ଜିଲ୍ଲା ସଡ଼କ ସୁରକ୍ଷା କମିଟିଙ୍କ ଅଧ୍ୟକ୍ଷିତାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଓ ମୋଟର ଯାନ ନିରୀକ୍ଷକ ରାୟଗଡ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତରେ ଆଲୋଚନା କରାଯାଇଥିଲା l ବୈଠକର ପ୍ରାରମ୍ଭରେ ମୋଟର ଜାନ ନିରୀକ୍ଷକ ରାୟଗଡ ଦୁର୍ଘଟଣାର ରାଜ୍ୟ ଓ ଜିଲ୍ଲା ତୁଳନାତ୍ମକ ସଂଖ୍ୟାଉପସ୍ଥାପନା କରିଥିଲେ l ଜିଲାରେ ବହୁ ସଂଖ୍ୟାରେ ଦୁର୍ଘଟଣା ଘଟୁଥିବାରୁ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ,ଆହତ ସଂଖ୍ୟା ହ୍ରାସ କରିବାଦିଗାରେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କହିଥିଲେ l ରାୟଗଡରେ ଘଟୁଥିବା ଦୁର୍ଘଟଣା ଉପରେ କହିବାକୁ ଯାଇ ଏମ୍ ଭି ଆଇ କହିଲେ ଯେ ଜିଲ୍ଲାରେ ବେପରୁଆ ଗାଡି ଚାଳନା, ରାସ୍ତା କଡରେ ଥିବା ମଦ ଦୋକାନ ସଂମୁଖ ରେ ମାଦ୍ୟପlନ ଓ ନିମ୍ନ ମାନର ରାସ୍ତା ଘାଟ ଯୋଗୁଁ ଦୁର୍ଘଟଣା ବଡୁଛି ବୋଲି କହିଥିଲେ l ଏଥିନିମନ୍ତେ ପୂର୍ତ୍ତବିଭାଗ ର ନିମ୍ନ ମାନର କାର୍ଯ୍ୟ ଓ ରୋଡ଼ ଇଞ୍ଜିନିୟରନିଙ୍ଗ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ l ସେହିଭଳି ଆରକ୍ଷୀ ଅଧିକ୍ଷକ ମଧ୍ୟରେ ଦୁର୍ବଳ ରାସ୍ତାଘାଟ ବିଷୟରେ ବୈଠକରେ ଉପସ୍ଥାପନା କାରୀ ତୁରନ୍ତ ନିରାକରଣ ଵିମନ୍ତେ କହିଥିଲେ l ଦୁର୍ଘଟଣା ପ୍ରବଣ ରାସ୍ତାର ଦୁଇ ପ୍ରଶରେ ସତର୍କ ସାଇନିଙ୍ଗ ବୋର୍ଡ ଲଗାଇବା ନିମନ୍ତେ ଅନୁରୋଧ କରିଥିଲେ l ମହାବିଦ୍ୟାଳୟ ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନଙ୍କୁ 2/3ଘଣ୍ଟା ନିୟୋଜିତ କରି ସଡ଼କ ସୁରକ୍ଷା ସଚେତନତା କରିବାକୁ କମିଟିକୁ ଅନୁରୋଧ କରିଥିଲେ l ସେହିପରି ଜାତୀୟ ରାଜପଥ ପାର୍ଶ୍ୱରେ ଅବାଧ କବଜl କାରୀ କୁଡ଼ିଆ ବନେଇ ଫଳ ବିକ୍ରୟ କାରୀ ଓ ରାସ୍ତାରେ ଯାତାୟାତ ଟ୍ରକ ଆଦି ରାସ୍ତାରେ ଗାଡି ଯlମ କରୁଥିବାରୁ ଏହାକୁ ତୁରନ୍ତ ହଟାଇବା ନିମନ୍ତେ ପୌରପରିଷଦ ଓ ପୋଲିସକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l ଅବାଧରେ ରାସ୍ତା କଡରେ ଠିଆକରି ରାସ୍ତା ଯାମ କରୁଥିବା ଟ୍ରକ ଓ ଅନ୍ୟାନ୍ୟ ଗାଡିକୁ ଜରିମାନା ଆଦାୟ ପାଇଁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଆଇନ ଉଲଙ୍ଗନ କରି ଗାଡି ଚଳାଉଥିଲେ ଓ ମାଧ୍ୟ୍ୟପନ କରି ଗାଡି ଚଳାଉଥିଲେ ଜରିମାନା ଆଦାୟ କରି ଡ୍ରାଇଭରର ଲାଇସେନ୍ସ ରଦ୍ଧ ପାଇଁ ସୁପାରିଶ କରିବାକୁ ଟ୍ରାଫିକ ପୋଲିସକୁ ଜିଲ୍ଲାପାଳ କହିଥିଲେ l ସେହିପରି ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ଇଣ୍ଟେରସେପ୍ଟରକୁ ବହୁଳ ଭାବେ ଉପଯୋଗ ଦିନରାତି କଡାକଡି ଯାଞ୍ଚ କରିବାକୁ ଜିଲ୍ଲାପାଳ ବିର୍ଦେଶ ଦେଇଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: