ରାୟଗଡ଼ା ,୦୬।୦୭: ‘ସାଇକୃପା’ ବସ୍ ଓଲଟିବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ୩୦ ଜଣ ଆହତଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିଛି ଗୁରୁତର ହୋଇଥିବାରୁ ସେମାନଙ୍କୁ କୋରାପୁଟ ଓ ବ୍ରହ୍ମପୁର ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ପାରଳାଖେମୁଣ୍ଡି ଠାରୁ ଉମରକୋଟ ଯାଉଥିବା ସାଇକୃପା ନାମକ ଏକ ବସ୍ ରାତି ୧୧.୪୫ ସମୟରେ ରାୟଗଡ଼ା ଠାରୁ ୩୦ କିଲୋମିଟର ଦୂର ହାତୀଖମ୍ବ ଗାଁ ନିକଟରେ ଓଲଟି ପଡିଥିଲା। ବସ୍ ଦୃତ ଗତିରେ ଆସୁଥିବା ବେଳେ ଏକ ଗାଇ ହଠାତ୍ ଆସି ଯିବା କାରଣରୁ ନିୟନ୍ତ୍ରଣ ହରାଇବା ସହିତ ଓଲଟି ପଡିଥିଲା। ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀ ମଧ୍ୟରେ ୩୦ ଜଣ ଆହତ ହୋଇଥିଲେ। ଏଭଳିକି ଘଟଣା ସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଦମକଳବାହିନୀ ଓ ପୋଲିସ ପହଞ୍ଚି ସମସ୍ତ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ଅନ୍ଧାରରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |