ରିୟଲ ଲାଇଫ୍‌ ହିରୋ,ଭିଲିଆନ୍‌ ରୋଲ… ମିଳୁନି

ମୁମ୍ବାଇ,୨୬/୪: କୋଭିଡ୍‌ ବେଳେ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ସୋନୁ ସୁଦ୍‌ । ପ୍ରାୟତଃ ସିନେମାର ବଡ଼ ପରଦାରେ ଅଭିନେତା ସୋନୁ ସୁଦ୍‌ ନେଗେଟିଭ୍‌ ଭୂମିକାରେ ଦେଖିବାକୁ ମିଳିଥାନ୍ତି । ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ୍‌ କହିଛନ୍ତି ଯେ, ଲୋକଙ୍କ ପାଇଁ ‘ମସିହା’ ସାଜିବା ପରେ ଫିଲ୍ମ ଜଗତରେ ତାଙ୍କୁ ନେଗେଟିଭ୍‌ ଭୂମିକାରେ ଅଭିନୟ କରିବା ପାଇଁ ଅଫର୍‌ ଆସିବା ଏକପ୍ରକାର ବନ୍ଦ ହୋଇଯାଇଛି । ଫିଲ୍ମ ଦୁନିଆରେ ଏକ ସଫଳ ନେଗେଟିଭ୍‌ ଅଭିନେତା ଭାବେ ପରିଚିତ ସୋନୁ ସୁଦ୍‌ଙ୍କୁ ମିଳୁନି ନେଗେଟିଭ୍‌ ରୋଲ୍‌ । ଏନେଇ ଇଣ୍ତିଆନ୍‌ ଏକ୍ସପ୍ରେସର ଏକ ସାକ୍ଷାତକାରରେ ସୋନୁ କହିଛନ୍ତି ଯେ, ‘ରିୟଲ ଲାଇଫ୍‌ ହିରୋକୁ କିଏବା ଭିଲିଆନ୍‌ ରୂପରେ ଦେଖିବାକୁ ପସନ୍ଦ କରିବ? କୋଭିଡ୍‌ ପୂର୍ବରୁ ମୋତେ ଲୋକ ଯେତିକି ବି ଭିଲିଆନ୍‌ ରୂପରେ ପସନ୍ଦ କରୁଥିଲେ, ବର୍ତ୍ତମାନ କିନ୍ତୁ ତାହା ଓଲଟା ହୋଇଯାଇଛି । ଲୋକଙ୍କ ପାଇଁ ହିରୋ ସାଜିବା ପରେ ଏବେ ଫିଲ୍ମରେ ମଧ୍ୟ ତାଙ୍କର ଭୂମିକା ନେଇ ସ୍କ୍ରିପ୍ଟ ବଦଳାଇ ଦିଆଯାଉଛି। ଯାହା ମୋ ପାଇଁ ସମ୍ପୂର୍ଣ୍ଣ ଭିନ୍ନ’ ।କରୋନା ଲକ୍‌ଡାଉନ୍‌ ବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସୋନୁ ପ୍ରଶଂସାର ପାତ୍ର ହୋଇଥିଲେ। ଏପରିକି କରୋନା ଭଳି ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ମଧ୍ୟ ସେ କରିଥିଲେ। ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କୁ ଚାକିରି ଦେବା, ପିଲାଙ୍କୁ ମାଗଣାରେ ଶିକ୍ଷା ଏବଂ ଚିକିତ୍ସା ଯୋଗାଇବାରେ ସୋନୁ ସୁଦ ସବୁବେଳେ ସହଯୋଗର ହାତ ବଢ଼ାଇଥିଲେ । ସେତିକି ନୁହେଁ, ୪୭ ବର୍ଷ ବୟସ୍କ ସୋନୁ ମୁମ୍ବାଇରେ ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ଏକ ହୋଟେଲ ମଧ୍ୟ ଯୋଗାଇ ଦେଇଥିଲେ। ସେହିପରି ଜୁଲାଇରେ ମହାରାଷ୍ଟ୍ର ଉପକୂଳରେ ବାତ୍ୟା ନିସର୍ଗ ପ୍ରଭାବରେ ବାସହରା ହୋଇଥିବା ଅନେକ ଲୋକଙ୍କୁ ସେ ବାସଗୃହ ଯୋଗାଇ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!