ରୀତିନୀତିରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ

ଆରଡି୧୫/୬: ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ମନ୍ଦିରରେ ମଙ୍ଗଳବାର ଦିନତମାମ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ଭୋର ମନ୍ଦିର ଦ୍ବାରଫିଟା ସରିବା ପରେ ମଙ୍ଗଳ ଆଳତୀ, ମଙ୍ଗୁଳାକାର୍ୟ୍ୟ, ଘର୍ଷଣଲାଗି କରାଯାଇଥିଲା, ପରେ ବରପିତା ଓ କନ୍ୟାପିତାଙ୍କ ଘରେ ହର ଗୌରୀଙ୍କୁ ବୈଦିକ ରୀତିନୀତି ଓ ଲୋକାଚାରରେ ମଙ୍ଗୁଳାକାର୍ୟ ସମ୍ପନ୍ନ ହେବା ପରେ ସକାଳ ୧୧ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହରଙ୍କୁ ବରଣୀ କରିବା ପାଇଁ ମାତା ପାର୍ବତୀଙ୍କ ଭ୍ରାତା ପବନପୁତ୍ର ହନୁମାନ ବାହାରିଥିଲେ ବରଧରା ହୋଇ। କୋଭିଡ ନିୟମ ଅନୁଯାୟୀ ସେବାୟତମାନେ ହନୁମାନଙ୍କୁ ଏକ ସୁସଜିତ ବିମାନରେ ବିଜେ କରାଇ ଘଣ୍ଟା, କର୍ତ୍ତନ, ଛତ୍ର, ଆଲଟ, ଚାମର, ଛତ୍ରୀ ଦ୍ବାରା ବରଘର ଅଭିମୁଖେ ନେଇଥିଲେ।ସେଠାରେ ଲୋକାଚାରରେ ବୈଦିକ ନୀତିରେ ବରଣୀ କାର୍ୟ୍ୟ ବ୍ରାହ୍ମଣଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଥିଲା। ପରେ ଦିଅ ମଙ୍ଗୁଳା ନୀତି ଭଣ୍ଡାରୀ ସେବିକାରୀଙ୍କ ପକ୍ଷରୁ ସମ୍ପନ ହେବା ପରେ ଏକ ବଣାଢ୍ୟ ପଟୁଆର ସହ ବର ବେଶରେ ବାହାରିଥିଲେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହର। ବାବାଙ୍କୁ ପୀଠର ନଗରୀ କରାଯାଇ ମନ୍ଦିର ଭିତରବେଢାରେ ପ୍ରସ୍ତୁତ ବିବାହ ବେଦୀକୁ ବିଜେ କରାଇଥିଲେ ସେବାୟତମାନେ। ସେଠାରେ ବ୍ରାହ୍ମଣ, ଜ୍ୟୋତିଷ୍ୟଙ୍କ ଦ୍ବାରା ବିବାହ କାର୍ୟ୍ୟ ସମ୍ପନ୍ନ ହୋଇଥିଲା। ମଧ୍ୟରାତ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦେବଦମ୍ପତି। ଗୋଟିଏଦିନ ବରପିତାଙ୍କ ଘରେ ଦେବଦମ୍ପତି ରହିବା ପରେ ବୁଧବାର ମନ୍ଦିରକୁ ପର୍ତ୍ତାବତନ କରିବେ। ଏଥିପାଇଁ ପୀଠରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ମ୍ୟାଜିଷ୍ଟ୍ରେଟଙ୍କ ସହ ଧୁଷୁରୀ ଥାନା ଅଧିକାରୀ, ଆରଡି ପୋଲିସ ଓ ୪ସେକ୍ସନ ଫୋର୍ସ ମୃତୟନ ରହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: