ରୁପେ ଡେବିଟ କାର୍ଡ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ,୧୨ ।୧: ରୁପେ ଡେବିଟ କାର୍ଡ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ|ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି । ରୂପେ ଡେବିଟ୍ କାର୍ଡ ଏବଂ କମ୍ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ଥିକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି । ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରୂପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟର ଭୀମ ୟୁପିଆଇ ନେଣଦେଣ (ପିଟୁଏମ)ର ଉପଯୋଗ କରି ପଏଣ୍ଟ ଅଫ୍ ସେଲ (ପିଓଏସ) ଏବଂ ଇ-କମର୍ସ ନେଣଦେଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିଗୃହିତ କରୁଥିବା ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!