ରୁଷିଆ ଓ ୟୁକ୍ରେନ ଯୁଦ୍ଧ: ରୁଷ୍‌ ଅସ୍ତ୍ରାଗାରରେ ବିସ୍ଫୋରଣ

ନୂଆଦିଲ୍ଲୀ ,୨୮/୦୪:  ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଜାରି ଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଛି ।ରୁଷ୍‌ର ସାମରିକ ଡିପୋରେ ବଡ଼ଧରଣର ବିସ୍ଫୋରଣ । ୟୁକ୍ରେନ୍‌ ସୀମା ପାଶ୍ୱର୍ବର୍ତ୍ତୀ ରୁଷ୍‌ର ବେଲଗୋରଡ଼ ସହର ନିକଟରେ ଥିବା ଅସ୍ତ୍ରାଗାରରେ ଏହି ବିସ୍ଫୋରଣ ଘଟିଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ତେବେ ଏହି ବିସ୍ଫୋରଣରେ ରୁଷର ଅନେକ ମୂଲ୍ୟବାନ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଥିବା ବେଳେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ୟୁକ୍ରେନ୍‌ର ବାଲିଷ୍ଟିକ୍‌ ମିସାଇଲ୍‌ ମାଡ଼ରେ ଏହି ଅସ୍ତ୍ରାଗାର ଧ୍ୱଂସ ପାଇଯାଇଥିବା ସନ୍ଦେହ କରାଯାଉଛି । ତେବେ ଚଳିତ ମାସରେ ୟୁକ୍ରେନ୍‌ ପକ୍ଷରୁ ବେଲଗୋରଡ଼ ସ୍ଥିତ ରୁଷ୍‌ର ତୈଳ ଡିପୋରେ ଆକ୍ରମଣ କରାଯାଇଥିବା ରୁଷ୍‌ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାସହ ହେଲିକପ୍ଟର ଯୋଗେ କେତେକ ଗାଁରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।ସେପଟେ ୟୁକ୍ରେନ୍‌କୁ ସହଯୋଗ କରୁଥିବାରୁ ନାଟୋ ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରୁଷ ରାଷ୍ଟ୍ରତି ପୁତିନ୍‌ । ପୋଲାଣ୍ଡ ଓ ବୁଲ୍‌ଗେରିଆକୁ ଗ୍ୟାସ୍‌ ଓ ତୈଳ ରପ୍ତାନୀ ଉପରେ ରୁଷ୍‌ ରୋକ୍‌ ଲଗାଇଛି । ଯୁଦ୍ଧ ଆରମ୍ଭରୁ ପୋଲାଣ୍ଡ ଖୋଲାଖୋଲି ଭାବେ ୟୁକ୍ରେନ୍‌କୁ ସମର୍ଥନ କରୁଥିବାବେଳେ ଚଳିତ ସପ୍ତାହରେ ୟୁକ୍ରେନ୍‌କୁ ଯୁଦ୍ଧ ଟ୍ୟାଙ୍କ୍‌ ପଠାଇବା ପାଇଁ ଘୋଷଣା ମଧ୍ୟ କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: