ରୁଷ ସୀମାକୁ ୧୨ ହଜାର ସୈନିକ ପଠାଇଲା ଆମେରିକା

ନୂଆଦିଲ୍ଲୀ ୧୨/୦୩:  ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧଆଜି ୧୭ ଦିନରେ ପହଞ୍ଚିଛି। ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଆକ୍ରମଣ କରିଚାଲିଛି ଋଷ ।  ଏଭଳି ସ୍ଥିତିରେ ବାରମ୍ବାର ଦୁଇ ଦେଶ ମଧ୍ୟରେ ଆଲୋଚନା କରାଯାଉଥିଲେ ବି ବାହାରି ପାରନି ନିଷ୍କର୍ସ ।  ଋଷ ସେନା କିଭକୁ ଅକ୍ତିଆର କରିବା ପାଇଁ ପ୍ରୟାସ ଜାରି ରଖିଛି । ଏହାମଧ୍ୟରେ ଆମେରିକା ଏକ ବଡ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଋଷକୁ ଅଟକାଇବାକୁ ଆମେରିକା ୧୨ ହଜାର ସୈନ୍ୟ ପଠାଇଥିବା ଜଣାପଡିଛି  |ରୁଷ ସୀମାକୁ ନିଜର ୧୨ ହଜାର ସୈନିକ ପଠାଇଛି। ଏହି ସବୁ ସୈନିକ ଲାଟଭିଆ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ରୋମାନିଆ ପରି ଦେଶଗୁଡିକର ରୁଷ ସଂଲଗ୍ନ ସୀମାରେ ମୁତୟନ ହେବେ। ଏହାରି ପ୍ରଭାବରେ ଯୁଦ୍ଧ ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଏଡାଇ ଦିଆଇ ନପାରେ। ତେବେ ରାଷ୍ଟ୍ରପତି ଜୋ ବାଇଡେନ୍ ଜୋର ଦେଇ କହିଛନ୍ତି ଆମେରିକା ୟୁକ୍ରେନରେ ତୃତୀୟ ବିଶ୍ଵ ଯୁଦ୍ଧ ଲଢିବାକୁ ଯାଉ ନାହୁଁ। କିନ୍ତୁ ସେ ରୁଷକୁ କଡା ସନ୍ଦେଶ ଦେଇଛନ୍ତି ଯେ, ଓ୍ଵାଶିଂଟନ ନାଟୋ ପରିଧିରେ ଆସୁଥିବା ପ୍ରତି ଇଞ୍ଜ ମାଟିର ରକ୍ଷା କରିବ। ଶୁକ୍ରବାର ହାଉସ ଡେମୋକ୍ରାଟିକ କକସର ସଦସ୍ୟଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ବାଇଡେନ।ଏହାସହ ବାଇଡେନ୍ କହିଥିଲେ ଯେ, ସେମାନେ ନାଟୋ ଅଞ୍ଚଳର ସମସ୍ତ ଭୂମିକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ । ତେବେ ଆମେରିକା ପଠାଇଥିବା ସୈନ୍ୟ ଋଷ ସହ ପ୍ରତ୍ୟକ୍ଷ ଯୁଦ୍ଧ କରିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହି ଯବାନଙ୍କୁ ୟୁକ୍ରେନ ନିକଟବର୍ତ୍ତୀ ନାଟୋ ଦେଶରେ ନିୟୋଜିତ କରାଯାଇପାରେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: