ରେପୋ ରେଟ୍‌ ୦.୫୦% ବଢ଼ିଲା

ନୂଆଦିଲ୍ଲୀ,୦୫/୦୮: ରେପୋରେଟ ବୃଦ୍ଧି କରିଲା ଆରବିଆଇ। ମୁଦ୍ରାସ୍ପୀତି ଚାପକୁ ଦୂର କରିବା ପାଇଁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଦିନ ପଲିସି ରେପୋ ହାରକୁ ବୃଦ୍ଧି କରିଛନ୍ତି । ସୁଧହାର ବୃଦ୍ଧି ସହିତ ଏହା ତୃତୀୟ ବୃଦ୍ଧି ଅଟେ। ରେପୋ ରେଟରେ ୫୦ ବେସିକ ପଏଣ୍ଟ ବୃଦ୍ଧି କରାଯାଇଛି । ଯାହାଫଳରେ ରେପୋ ରେଟ ବୃଦ୍ଧି ପାଇ ୫.୪୦ରେ ପ୍ରତିଶତରେ ପହଞ୍ଚିଛି। ପ୍ରଥମେ ରେପୋ ରେଟ ୪.୯୦ ପ୍ରତିଶତ ଥିଲା ଯାହାକି ବର୍ତ୍ତମାନ ୫.୪୦ ପ୍ରତିଶତରେ ପହଞ୍ଚିଛି। ରେପୋ ରେଟ୍‌ ବୃଦ୍ଧି ଯୋଗୁ EMI ଓ ଋଣ ମହଙ୍ଗା ହେବ ବୋଲି ସୂଚନା ମିଳିଛି। କାରଣ RBIର ଏହି ନିଷ୍ପତ୍ତି ପରେ ସରକାରୀ ବ୍ୟାଙ୍କଠୁ ଆରମ୍ଭ କରି ପ୍ରାଇଭେଟ୍‌ ବ୍ୟାଙ୍କ ଓ ହାଉସିଙ୍ଗ କମ୍ପାନୀ ଗୁଡ଼ିକ ହୋମ୍‌ ଲୋନ୍‌( Home Loan)ର ସୁଧ ହାର ବୃଦ୍ଧି କରିପାରନ୍ତି। ଫଳରେ EMI ମହଙ୍ଗା ହେବ। ଏହାପୂର୍ବରୁ ଚଳିବର୍ଷ ମେ’ ୪ ଓ ଜୁନ୍‌ ୮ରେ RBI ରେପୋ ରେଟ୍‌ରେ ମୋଟ୍‌ ୯୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରିଥିଲା। ଫଳରେ ବ୍ୟାଙ୍କଠୁ ଆରମ୍ଭ କରି ହାଉସିଂ ଫାଇନାନ୍ସିଂ କମ୍ପାନୀ ଗୁଡ଼ିକ ହୋମ୍‌ ଲୋନ୍‌ର ସୁଧ ହାର ୦.୯୦%ଠୁ ୧.୧୫% ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ପୁଣିଥରେ RBI ରେପୋ ରେଟ୍‌ ବଢ଼ାଇ ଥିବାରୁ  EMI ଓ ଋଣ ମହଙ୍ଗା ହେବ ବୋଲି କୁହାଯାଉଛି। ୪ ମାସରେ ରେପୋ ରେଟ୍‌ ୧.୪୦% ବୃଦ୍ଧି ପାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: